November 16, 2024

ମଇ ଦିବସରେ ଶ୍ରମିକ ଶୋଭାଯାତ୍ରା ଓ ସଭା

Share

 

 

ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସମରଝୋଳ ଛକରେ ନରେଗା ଶ୍ରମିକ ୟୁନିଅନ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ଘରୋଇ ମହିଳା ଶ୍ରମିକ ୟୁନିଅନ ର ଶ୍ରମିକ ମାନେ ଏକତ୍ରିତ ହୋଇ ହାତରେ ଲାଲ ପତକା ଉର୍ଦ୍ଧ୍ବରେ ତୋଳି ଧରି ସହର ପରକ୍ରମ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତ୍ୟାହାର ପାଇଁ ବିଭିନ୍ନ ସ୍ଳୋଗାନ ଦେଉଥିଲେ। ହିଞ୍ଜିଳିକାଟୁ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଏଠାରେ ଅତ୍ୟଧିକ ଶ୍ରମିକ ଶୋଷଣ, ଜୋର ଜୁଲମ ଯୋଗୁଁ ଶ୍ରମିକ ମହଲରେ ସର୍ବଦା ଅସନ୍ତୋଷ। ପ୍ରକୃତ ନରେଗା ଶ୍ରମିକ ଓ ନିର୍ମାଣ ଶ୍ରମିକଙ୍କୁ ଲେବର କାର୍ଡ ପ୍ରଦାନ କରିବାରେ ଟାଳଟୁଳ ନୀତି, ବୃଦ୍ଧ, ବୃଦ୍ଧା ଓ ଅସହାୟ ହିତାଧିକାରୀ କ ମାସିକ ଭତ୍ତା କୁ ଲୁଟି ନେବା, ଆଧାର ପେମେଣ୍ଟ ନାମରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ କରାଇବା ନୀତିକୁ ଅନେକ ଶ୍ରମିକ ସମାଲୋଚନା କରିଥିଲେ। ଏହି ସଭା ନିଷ୍ପତ୍ତି ନେଇଛି ଯେ ଆସନ୍ତା ମେ ୧୫ ରେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦାନ କରାଯିବ। ଏହି ଶ୍ରମିକ ସଭାରେ ଟିୟୁସିଆଇ ର ରାଜ୍ୟ ସଂଯୋଜକ କମ୍ରେଡ ଶଙ୍କର ଯୋଗଦେଇ ମଇ ଦିବସ ର ଐତିହାସିକ ଲଢେଇ ସଂପର୍କରେ ବର୍ଣ୍ଣନା କରିବା ସହ କର୍ପୋରେଟ ଓ ସଂଘୀ ମନୁବାଦ ର ମହାମେଣ୍ଟ କୁ ପରାସ୍ତ କରି ଶ୍ରମିକଙ୍କ ଅଧିକାର ହାସଲ ପାଇଁ ସମାଜବାଦ ଆନ୍ଦୋଳନ ଦିଗରେ ଅଗ୍ରସର ହେବାକୁ ହେବ ବୋଲି ଆହ୍ବାନ ଦେଇଥିଲେ। ଏହି ସଭାରେ ଟିୟୁସିଆଇ ରାଜ୍ୟ କମିଟି ସଦସ୍ୟ ପି.ଯୋଗିନ୍ଦ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ନରେଗା ଶ୍ରମିକ ୟୁନିଅନ, ଓଡ଼ିଶାର ମହିଳା ସଭାନେତ୍ରୀ ପେଦିନୀ ପାର୍ବତୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ନେତା ରାମଚନ୍ଦ୍ର ବାଡତ୍ୟା, ଘରୋଇ ମହିଳା ଶ୍ରମିକ ୟୁନିଅନ ନେତା ଲଳିତା ସ୍ବାଇଁଙ୍କ ସମେତ ଜାମିନୀ ଦାଶ, ରାଜେଶ୍ବରୀ ଦାଶ, ଲିଲି ସେଠୀ, ପ୍ରମିତା ଦାଶ, ମାୟା ଦାଶ, ଅପି ଦାଶ ଆଦି ଶତାଧିକ ଶ୍ରମିକ ଯୋଗଦେଇ ଥିଲେ। ହିଞ୍ଜିଳିକାଟୁ ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ