April 29, 2026

କୃଷକ ଙ୍କୁ ସମ୍ମାନ ଦେବା ଶିଖିନାହିଁ ରାଜ୍ୟ ସରକାର, ପୂର୍ବତନ ବାଚସ୍ପତି—

IMG-20251007-WA0046
Share

 

ଚିକିଟି (ଶୁଭଶ୍ରୀ ପ୍ରଧାନ)

ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ସାମ୍ବାଦିକ ସମ୍ମିଳନୀ କରି ବର୍ତ୍ତମାନର ସରକାର ଚାଷୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ନଦେଇ ବଡ ବ୍ୟବସାୟୀଙ୍କ ସ୍ବାର୍ଥ ପ୍ରତି ଅଧିକା ଧ୍ୟାନ ଦେଉ ଥିବା ଅଭିଯୋଗ ଆଣିଛନ୍ତି।ପାତ୍ରପୁର ତଥା ଗଞ୍ଜାମ ଜିଲ୍ଲାରେ ଏବେ ଧାନ ଚାଷ ପାଇଁ ୟୁରିଆ ସାରର ଆବଶ୍ୟକ ଥିବା ବେଳେ ଚାଷୀଙ୍କୁ ଠିକ୍ ଭାବେ ସାର ମିଳୁନାହିଁ। ଚାଷୀ ଚଢା ଦରରେ ବସ୍ତା ପିଛା ଆଠ ସହ ଟଙ୍କାରେ କିଣୁଛନ୍ତି।ସୁଷମ ବଣ୍ଟନ ନିମନ୍ତେ ସେବା ସମବାୟ ସମିତି ମାଧ୍ୟମରେ ସରକାର ସାର ଯୋଗାଇ ଥିବା ପ୍ରଚାର କରୁଥିବା ବେଳେ ଏବେ ସାର ନ ମିଳିଲେ ଧାନ ଉତ୍ପାଦନ ବହୁ ମାତ୍ରାରେ କମିବା ସହ ଚାଷୀ କ୍ଷତିଗ୍ରସ୍ତ ହେବେ । ଏଣୁ ତୁରନ୍ତ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହିତ ସାର ଯୋଗାଇ ଦେବାକୁ ଦାବୀ କରିଛନ୍ତି।ପୂର୍ବରୁ ଏହି ଅଞ୍ଚଳରେ କେତେକ ସେବା ସମବାୟ ସମିତି ବନ୍ଦ ହୋଇ ଥିବା ବେଳେ କିଛି ସ୍ଥାନରେ ସମ୍ପାଦକଙ୍କ ପ୍ରତିନିଧି କାର୍ଯ୍ୟ ତୁଲାଉଛନ୍ତି। ଗୋଟିଏ ପଞ୍ଚାୟତ ନିମନ୍ତେ ଅନ୍ୟ ପଞ୍ଚାୟତ ରେ ସାର ଯୋଗାଣ ହେବା ଫଳରେ ଚାଷୀ ଙ୍କୁ ଅଧିକା ଦୂର ଯିବାକୁ ପଡୁଛି।ଏପରିକି ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ନ ଦେଇ ଜଣେ ଚାଷୀଙ୍କୁ ଗୋଟିଏ ସାର ବସ୍ତା ଯୋଗା ଯାଇଛି।ଚଳିତ ବର୍ଷ ପ୍ରଥମରୁ କିଛି ବେପାରୀ ଆନ୍ଧ୍ରକୁ ସାର ଚାଲାଣ କରୁଥିବା ବେଳେ ଚାଷୀ ପ୍ରତିବାଦ କରିଥିଲେ।ଏବେ ଦାୟୀତ୍ୱ ରେ ଥିବା କର୍ମଚାରୀ ସାର ସମ୍ପର୍କରେ ଲୋକ ମାନେ ଜାଣିବା ପାଇଁ ଫୋନ୍ କଲେ ଫୋନ୍ ଗ୍ରହଣ କରୁ ନାହାନ୍ତି।ସାର ସମସ୍ୟା ସମ୍ପର୍କରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଜଣାଇବା ସହିତ ଆବଶ୍ୟକ ସାର ଯୋଗାଇ ଦେବାକୁ ନିବେଦନ କରିଛନ୍ତି।