April 29, 2026

ଗଜପତି: ଆଶ୍ରୟ ନେଇଥିବା ପଥର ହିଁ ଜୀବନ ନେଇଗଲା…..ଚାପି ହୋଇ ଜଣେ ମୃତ 

IMG-20251004-WA0098
Share

 

ପାରଳାଖେମୁଣ୍ଡି:୪/୧୦(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ଯେଉଁ ପଥର ତଳେ ଆଶ୍ରୟ ନେଇଥିଲେ ସେହି ପଥର ହିଁ ତାଙ୍କ ଜୀବନ ନେଇଗଲା. ଏଭଳି ଏକ ଦୁଃଖଦ ଖବର ହସ୍ତଗତ ହୋଇଛି. ବର୍ଷା ଆରମ୍ଭ ହୋଇଯିବାରୁ ପଥର ତଳେ ଆଶ୍ରୟ ନେଇଥିଲେ ଗଜପତିର ତ୍ରିନାଥ. ତେବେ ପାହାଡ଼ରୁ ପ୍ରବଳ ପାଣି ସ୍ରୋତରେ ପଥର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି. ୪୫ ବର୍ଷୀୟ ତ୍ରିନାଥ ନାୟକ ଗଜପତି ଜିଲ୍ଲା ରା.ଉଦୟଗିର ବ୍ଳକ ବସ୍ତୀଗୁଡା ପଞ୍ଚାୟତ ବସୀଗୁଡା ଗ୍ରାମର ଅଟନ୍ତି. ତ୍ରିନାଥଙ୍କ ପଥର ଚାପାରେ ଜୀବନ ଯିବା ପରେ ତାଙ୍କ ପରିବାର ଅସହାୟ ହୋଇପଡିଛନ୍ତି । ବ୍ଲକ ବିଡିଓ ଲରିମନ ଖରସେଲ ଉକ୍ତ ପରିବାରକୁ ରେଡକ୍ରସ ପକ୍ଷରୁ ୨୦ହଜାର ପ୍ରଦାନ କରିଛନ୍ତି. ମୁଖ୍ୟମନ୍ତ୍ରୀ ତ୍ରିନାଥଙ୍କ ଏହି ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି.

You may have missed