April 29, 2026
IMG-20251003-WA0067
Share

 

 

ବାଲିଆପାଳ ( ଦେବାଶିଷ ଦାଶ )

 

ମହଙ୍ଗା ପଡିଲା ସରପଞ୍ଚ ସ୍ୱାମୀ ଙ୍କ ଦବଙ୍ଗଗିରି. ଲୋକଙ୍କ ଦ୍ୱାରା ଅଟକ ରହିଲେ ବାଲିଆପାଳ ସରପଞ୍ଚ ପ୍ରତିନିଧି.ସୁଚନା ଅନୁସାରେ ବାଲିଆପାଳ ପଞ୍ଚାୟତର ସାତ ନମ୍ବର ୱାର୍ଡରେ ଥିବା ପଦ୍ମ ପୋଖରୀରୁ ବର୍ଷା ପାଣି ନିଷ୍କାସନ ପାଇଁ ଦୀର୍ଘ ଦିନ ଧରି ହରିଜନ ସାହିର ଲୋକମାନେ ସରପଞ୍ଚ ଙ୍କ ସ୍ୱାମୀ ହେମନ୍ତ ଦାସ,ତହସିଲଦାର, ବିଡ଼ିଓ ଙ୍କୁ କହିଥିଲେ ମଧ୍ୟ କେହି ଏପ୍ରତି ଦୃଷ୍ଟି ଦେଉନଥିଲେ। ୫୦ ଟି ପରିବାର ତିନି ମାସ ହେଲା ଜଳମଗ୍ନ ହୋଇ ବହୁ ହଇରାଣ ହରକତ ହେଉଛନ୍ତି।କାହାକୁ ସାପ କାମୁଡୁଛିତ କିଏ ଜଣ୍ଡିସ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି।ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚ, ବିଡ଼ିଓଏବଂ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ.ତେବେ ଆଜି ସରପଞ୍ଚଙ୍କ ସ୍ୱାମୀ ହେମନ୍ତ ଦାସ ଉକ୍ତ ପଦ୍ମ ପୋଖରୀ ରେ ଛାଡ଼ିଥିବା ମାଛ ଦେଖିବା ପାଇଁ ଆସିଥିବା ବେଳେ। ଗ୍ରାମର ଶତାଧିକ ମହିଳା ସରପଞ୍ଚ ପ୍ରତିନିଧି ଙ୍କୁ ପଚାରିଥିଲେ. ହେଲେ ସରପଞ୍ଚ ପ୍ରତିନିଧି ନିଜର ଦବଙ୍ଗଗିରି ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମହିଳା ଙ୍କ ଆକ୍ରୋଶ ର ଶିକାର ହୋଇଥିଲେ.ଏପରିକି ମହିଳା ମାନେ ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ ଙ୍କୁ ଦଉଡି ରେ ବାନ୍ଧି ଥିଲେ.ଏବଂ ଯେପର୍ଯ୍ୟନ୍ତ ପାଣି ନିଷ୍କାସନ ନହୋଇଛି ଶ୍ରୀ ଦାସଙ୍କୁ ଛଡା ଯିବ ନାହିଁ ବୋଲି ଜିଦି ରେ ରହିବା ପରେ ଘଟଣା ସ୍ଥଳ ରେ ବାଲିଆପାଳ ତହସିଲଦାର ଏବଂ ପୋଲିସ ପହଂଚି ଗ୍ରାମବାସୀ ଙ୍କ ସହ ଆଲୋଚନା ପରେ ସରପଞ୍ଚ ପ୍ରତିନିଧି ଙ୍କୁ ଉଦ୍ଧାର କରାଯାଇଥିଲା.ତେବେ ଶାସକ ଦଳ ର ସରପଞ୍ଚ ପ୍ରତିନିଧି ଙ୍କ ଏପରି ବ୍ୟବହାର କୁ ସାଧାରଣ ରେ ନିନ୍ଦା କରାଯାଇଛି.

You may have missed