March 12, 2026

ଅତାବିରା ଠାରେ ଦୁର୍ଗାପୂଜା ..

IMG-20251002-WA0143
Share

ସୁରେନ୍ଦ୍ର କଠାର,ବରଗଡ

ଆଜି ଅତାବିରା ଠାରେ ପାରମ୍ପରିକ ରିତିନୀତି ଅନୁସାରେ ଶାରଦୀୟ ଦୁର୍ଗାପୂଜା ପବିତ୍ର ବିଜୟା ଦଶମୀ ପାଳିତ ହୋଇଯାଇଛି । ଅଧର୍ମ ଊପରେ ଧର୍ମର ବିଜୟର ଦିନ । ଦଶମୀ ଅବସରରେ ମଣ୍ଡପରେ ଚାଲିଛି ମା ଦୁର୍ଗତୀନାଶିନୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ. ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଜଗତଜନନୀ ମାଆ ଦୁର୍ଗାଙ୍କ ପୂଜା କରାଯାଉଛି । ଆଜି ମାଙ୍କୁ ଅପରାଜିତା ଫୁଲ ଲାଗି କରାଯିବା

ପୁରାଣ ଅନୁସାରେ ଆଜି ମହିଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେଳେ ତ୍ରାହି ତ୍ରାହି ଡାକୁଥିଲେ ଏବଂ ତା’ର ଅତ୍ୟାଚାରରେ ପୃଥିବୀ ଥରହର ହୋଇଥିଲା ସେତେବେଳେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତ ହୋଇଥିଲେ ମା ଦୁର୍ଗା । ସମସ୍ତ ଦେବତା ନିଜ ନିଜର ଅସ୍ତ୍ର ମାଙ୍କୁ ଦାନ କରିଥିଲେ । ଶେଷରେ ଦେବୀ ସିଂହବାହିନୀ ମହିଷାସୁର ସହିତ ଯୁଦ୍ଧ କରିବା ପରେ ବଦ୍ଧ କରିଥିଲେ ।