June 12, 2026

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ମହେନ୍ଦ୍ର ଙ୍କ ସଫଳତା…..

IMG-20251001-WA0003
Share

 

 

ତିର୍ତୋଲ ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ର ତିର୍ତୋଲ ବ୍ଲକ ଅନ୍ତର୍ଗତ କାନୀମୂଳ ପଞ୍ଚାୟତ ର ତାସଙ୍ଗରା ବ୍ରହ୍ମପୁର ନିବାସୀ ମହେନ୍ଦ୍ର କୁମାର ଜେନା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ୨୪୭ ଋ୍ୟାଙ୍କ ପାଇଛନ୍ତି । ସେ ବାଇଆ ଅବଧୂତ ଉଚ୍ଚଇଂରାଜୀ ବିଦ୍ୟାଳୟ ରୁ ମାଟ୍ରିକ ପାସ କରିବା ପରେ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ରୁ ଶିକ୍ଷା ସମାପ୍ତ କରି ଦୀର୍ଘ ୧୭ ବର୍ଷ ଧରି ସଭାରତୀୟ ସୈନ୍ୟ ବିଭାଗ ରେ କାର୍ଯ୍ୟ କରି ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଏହି ସଫଳତା ର ଶ୍ରେୟ, ତାଙ୍କ ଗ୍ରୁପ ର ଭାରତୀୟ ଅର୍ଥନୈତିକ ସେବା ଅଧିକାରୀ ଡ଼. ସତ୍ୟ ନାରାୟଣ ମିଶ୍ର ଙ୍କୁ ହିଁ ଦେଇଛନ୍ତି । ତାଙ୍କର ପିତା ସ୍ବର୍ଗତ. ମହେଶ୍ୱର ଜେନା ଓ ମାତା. ବଚନ ଜେନାଙ୍କ ଆଶ୍ରିବାଦ ରୁ ଏହା ସମ୍ଭବ ହୋଇପାରିଛି ବୋଲି ମହେନ୍ଦ୍ର କୁମାର ଜେନା କହିଛନ୍ତି ।

You may have missed