November 17, 2024

ଗୋଡିପଟଣା ଗ୍ରାମରେ ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ଅନୁଷ୍ଠିତ

Share

 

 

 

 

ବୋଲଗଡ଼,୩୦/୦୪(ଉପାନ୍ତ ଓଡିଶା) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଡବ ଗ୍ରାମ ପଂଚାୟତର ଗୋଡ଼ିପାଟଣା ଗ୍ରାମର ମୁଖ୍ୟ ଉଦେକ୍ତା ଲକ୍ଷ୍ମୀଧର ସାହୁ, ନୀଳକଣ୍ଠ ସାହୁଙ୍କ ଆଗ୍ରହରେ ଗୋଡ଼ିପାଟଣା ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ କରି ମଞ୍ଚ ଉଦଘାଟକ କରିଥିବାବେଳେ ମୁଖ୍ୟ ଅତିଥିରୂପେ ଖଣତି ସେବାସମବାୟ ସମିତିର ସଭାପତି ଅତୁଲ କୁମାର ଗଡ଼ବାଡ଼,ଗୟାଧର ପରିମାଣିକ ଓ ଜୟନ ସାହୁ ଯୋଗଦାନ କରିଥିଲେ l

ମୁଖ୍ୟ ପ୍ରବକ୍ତା ରୂପେ ବାବାଜୀ ଅମୂତା ନନ୍ଦ ମହାରାଜ ଜୀ ତାଙ୍କର ସାଥି ସନ୍ଥ ମଣ୍ଡଳୀଙ୍କୁ ସାଙ୍ଗେରେଧରୀ ଏହି ଭାଗବତ ଜ୍ଞାନଯଜ୍ଞକୁ ସରସ ସୁନ୍ଦର କରି ସରଳ ଭାବରେ ବହୁ ଉପାଦେୟ ବିଷୟ ଆଲୋଚନା କରି ଶିକ୍ଷଣୀୟ କଥା, ଜ୍ଞାନ, ମହତବାଣୀ ଓ ଉପଦେଶମାନ ପ୍ରଦାନ କରିଥିଲେ l ସମାଜରେ ସମସ୍ତେ ମୋହ ମାୟା, ଲୋଭ ମୋହ ପଛରେ ନପଡି ବାସ୍ତବିକ ପ୍ରେମ, ଭଲପାଇବା ଓ ଇଶ୍ୱର ଭକ୍ତିରେ ପରିଚାଳିତ ହୋଇ ନିଜ ପରିବାରରେ ପିଲା ମାନଙ୍କୁ ସଂସ୍କାର,ଗୁରୁଜନ ମାନଙ୍କୁ ଭକ୍ତିକରିବା, ନିଶାମୁକ୍ତରହିବା ପାଇଁ ଶିକ୍ଷା ଦେବାସହିତ ଧର୍ମ ଅର୍ଜିତ କର୍ମକୁ ଭଲପାଇବାକୁ ଶ୍ରୋତାମାନଙ୍କୁ ନିବେଦନ କରିଥିଲେ l ଏହି ସତସଙ୍ଗ 24/04/23 ସୋମବାର ଠାରୁ 30/04/23 ପ୍ରଯ୍ୟନ୍ତଚାଲୁରହିଥିବା ବେଳେ ପ୍ରତେହ ସନ୍ଧ୍ୟା 7ଘଂଟିକାରୁ ରାତ୍ର 10ଘଂଟିକା ଯାଏ କାର୍ଯ୍ୟକ୍ରମ ଚାଲୁ ରହୁଥିବାବେଳେ ମହାରାଜଙ୍କ ପ୍ରବଚନ ବିରାମ ପରେ ମଞ୍ଚରେ ପୂଜିତ ଠାକୁର ପ୍ରତିମାଙ୍କୁ ଆଳତୀ କରି ଭକ୍ତିରେ ସମବେତ ଇଶ୍ୱରଙ୍କ ନାମ କୀର୍ତ୍ତନକରି ନୁର୍ତ୍ୟରେ ମଜି ଯାଉଛନ୍ତି ଶ୍ରଦ୍ଧାଳୁ ଶ୍ରୋତା ଓ ଗ୍ରାମବାସୀ l ଅମୃତାନନ୍ଦ ମହାରାଜ ଜୀ ଶ୍ରୋତା ମାନଙ୍କ ଭକ୍ତି ଓ ଗ୍ରାମବାସୀଙ୍କ ଆତିଥ୍ୟ ରେ ବହୁତ ଖୁସିଥିବାବେଳେ ଗ୍ରାମର ହେମନ୍ତ ସାହୁ, ପ୍ରତାପସାହୁ,ସୁରେଶ ଦଳେଇ, ପ୍ରମୋଦ ବେହେରା, ଉଦ୍ୟନାଥ ଦଳେଇ,ଡାକ ବେହେରା, କମୀନା ବେହେରା, କାବୁଲା ଦଳାଇ ଆଦି ଅନେକବ୍ୟକ୍ତି ସ୍ବେଛାସେବୀ ଭାବେ ସକ୍ରିୟ ସହଯୋଗ କରିଥିଲେ l ଏହି ଅଂଚଳରେ ପ୍ରଥମ କରି ଆଧ୍ୟାତ୍ମିକ କଥାମୃତ ଭାଗବତ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିବାରୁ ଇଶ୍ୱର ବିଶ୍ୱାସୀ ସତସଙ୍ଗ ପ୍ରେମୀ ମାନେ ଆୟୋଜକଙ୍କୁ ଭୁରିଭୁରି ପ୍ରଶଂସା କରିଥିବା ସହିତ ବହୁତ ଖୁସି ପ୍ରକଟ କରିଛନ୍ତି l

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)