ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୦୧-ମେ-୨୦୨୩, ସୋମବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ l ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨୨କୋଟି ଟଙ୍କା l
➡️୨-କୁମ୍ଭୀରଙ୍କ ପ୍ରଜନନ ପାଇଁ ଆଜିଠାରୁ ଜୁଲାଇ ୩୧ ଯାଏ କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ ।
➡️୩-ଆଜିଠାରୁ ବଦଳିବ କଲ୍ ଏବଂ ଏସଏମଏସ୍ ନିୟମ l ସ୍ପାମ୍ କଲ୍ ଏବଂ ଏସଏମଏସ ଉପରେ ରୋକ୍ ଲଗାଇବାକୁ ଏକ ଫିଲ୍ଟରର ବ୍ୟବହାର କରିବ ଟ୍ରାଇ ।
➡️୪-ପ୍ରଦୂଷଣ ହ୍ରାସ ପାଇଁ ଆରମ୍ଭ ହେଲା ‘Mission Life’ ଅଭିଯାନ l ପ୍ରଦୂଷଣର ଲାଲ ବଳୟରେ ରହିଛି ରାଜ୍ୟର ୭ଟି ସହର l
➡️୫-ସେଞ୍ଚୁରୀ ମାରିଲା ‘ମନ କି ବାତ୍’, ମୋଦୀ କହିଲେ, ଜନ ଆନ୍ଦୋଳନ ପାଲଟିଛି କାର୍ଯ୍ୟକ୍ରମ।
➡️୬-ଏଣିକି ଏବେ ଦେଶର ସମସ୍ତ ରାଜ୍ୟ ପରସ୍ପରର ପ୍ରତିଷ୍ଠା ଦିବସ ପାଳନ କରିବେ। ଏ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି l
➡️୭-ଆଜିଠାରୁ ୩ଦିନିଆ ମାଳଦ୍ଵୀପ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମାଳଦ୍ଵୀପ ପ୍ରତିପକ୍ଷ ମାରିଆ ଅହମ୍ମଦ ଦିଦି ଏବଂ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା l
➡️୮-ଭୁବନେଶ୍ୱର ରେ ଏଣିକି ପୋଷା କୁକୁରଙ୍କ ପାଇଁ ଆସିବ କଡା ନିୟମ, କାମୁଡ଼ିଲେ ଦେବାକୁ ପଡିବ ସର୍ବାଧିକ ୧୦ହଜାର ଜରିମାନା l
➡️୯-ରାଜଧାନୀରେ ଆରମ୍ଭ ହେଲା ଆଉ ତିିନିଟି ଅଗ୍ନିଶମ କେନ୍ଦ୍ର l ଉଦଘାଟନ କଲେ ବିଭାଗୀୟ ଡିଜି ସନ୍ତୋଷ ଉପାଧ୍ୟାୟ l
➡️୧୦-ମେ ୭ରେ ଲଣ୍ଡନର କିଙ୍ଗ୍ସ ଚାର୍ଲସ୍ ୩ୟଙ୍କ ରାଜାଭିଷେକରେ ସାମିଲ ହେବେ ସୋନମ, ରୟାଲ ସମାରୋହରେ କରିବେ ପରଫର୍ମ l
➡️୧୧-ଆଜି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲାରେ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତ ସର୍ଭେ l
➡️୧୨-ଏଲନ ମସ୍କଙ୍କ ଘୋଷଣା, ଟ୍ୱିଟରରେ ନ୍ୟୁଜ୍ ପଢିବା ପାଇଁ ଏଣିକି ୟୁଜରଙ୍କୁ ଦେବାକୁ ପଡିବ ପଇସା l
➡️୧୩-ସମସ୍ତ ତୈଳ ଉତ୍ପାଦନକାରୀ ଦେଶକୁ ପଛରେ ପକାଇ ୟୁରୋପକୁ ବୃହତ୍ତମ ବିଶୋଧିତ ଇନ୍ଧନ ଯୋଗାଣକାରୀ ପାଲଟିଲା ଭାରତ l
➡️୧୪-ଦନ୍ତେୱାଡା ଆଇଡି ବିସ୍ଫୋରଣ ଘଟଣା ପରେ ଆଉ ଏକ ଚିଠି ଜାରି କଲା ମାଓବାଦୀ ସଂଗଠନ । ଚିଠିରେ ଲେଖା ଯାଇଛି ପ୍ରତି ଦୁଇ ତିନି କିଲୋମିଟର ଦୂରରେ ପୋଲିସ କ୍ୟାମ୍ପ ପ୍ରତିଷ୍ଠା କରି ସାଧାରଣ ଲୋକଙ୍କୁ ଅତ୍ୟାଚାର କରାଯାଉଛି ।
➡️୧୫-ଜାପାନରେ ପ୍ରଥମ ଥର ପାଇଁ ଗର୍ଭପାତ ବଟିକାକୁ ମିଳିଲା ଅନୁମୋଦନ l
➡️୧୬-ମା’ କାଳୀଙ୍କ ଆପତ୍ତିଜନକ ଫଟୋ ସେୟାର ମାମଲାରେ ବିରୋଧ ପରେ ପୋଷ୍ଟ ହଟାଇଲା ୟୁକ୍ରେନ l
➡️୧୭-୨୦୨୫ ଅକ୍ଟୋବର ୧୪ରେ ୱିଣ୍ଡୋଜ୍ ୧୦କୁ ବନ୍ଦ କରିବ ବିଶ୍ବର ଅଗ୍ରଣୀ ସଫ୍ଟୱେର କଂପାନି ମାଇକ୍ରୋସଫ୍ଟ l ଏଥିପାଇଁ କଂପାନି ଆଉ କୌଣସି ଅପ୍ଡେଟ୍ ଜାରି କରିବ ନାହିଁ। ୱିଣ୍ଡୋଜ୍ ୧୦ର ଯେଉଁ ଭର୍ସନ ରହିଛି ତାହା ହେବ ଶେଷ ଭର୍ସନ।
➡️୧୮-ଆଇପିଏଲ ୪୧ତମ ମ୍ୟାଚ୍ : ଶେଷ ବଲ୍ରେ ଜିତିଲା ପଂଜାବ କିଙ୍ଗ୍ସ, ୪ ୱିକେଟ୍ରେ ହାରିଲା ସୁପର କିଙ୍ଗ୍ସ l
➡️୧୯-ଶେଷ ହେଲା ୫୮ ବର୍ଷର ଅପେକ୍ଷା, ବ୍ୟାଡମିଣ୍ଟନ ଏସିଆନ ଚାମ୍ପିୟନସିପ୍ରେ ସ୍ବର୍ଣ୍ଣ ପଦକ ଜିତିଲେ ସାତ୍ତ୍ବିକ ଏବଂ ଚିରାଗ l ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୨୦-ଏସିଆନ୍ ୟୁଥ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ରେ ଓଡ଼ିଆ ଆଥ୍ଲେଟ୍ ବାପି ହାଁସଦାଙ୍କ ଜଲୱା l ୪୦୦ ମିଟର ହର୍ଡଲ୍ସରେ ଜିତିଲେ ରୌପ୍ୟ ପଦକ l ୫୧.୩୮ ସେକେଣ୍ଡରେ ଅତିକ୍ରମ କଲେ ଦୂରତା l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ମୋହିନୀ ଏକାଦଶୀ ll*
*🔅ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ll*
*🔅ଆଜି ଗୁଜୁରାଟ ସ୍ଥାପନ ଦିବସ ll*
*🔅ଆଜି ମହାରାଷ୍ଟ୍ର ସ୍ଥାପନ ଦିବସ ll*
*🔅ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ଥାପନ ଦିବସ (1922)ll*
*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*