ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ ମନମାନି ସରକାରୀ ନିର୍ଦ୍ଦେଶ କୁ ଫୁ..

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଏବେ ମନମାନି ରେ ପରିଚାଳିତ ହେଉଥିବା ଅଭିଯୋଗ ହେଉଛି । ସରକାରଙ୍କ ନୀତି ଓ ନିର୍ଦ୍ଦେଶ କୁ ବେଖାତିର କରି ପଞ୍ଜିକରଣ କରୁ ନ ଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟାଳୟ ଅଧୀନରେ ଥିବା ଜମି କ୍ରେତା ବିକ୍ରେତା ମାନେ ପାର୍ଟ ପ୍ଲଟ କୁ ପଞ୍ଜିକରଣ କରିବା ପାଇଁ କାର୍ଯ୍ୟାଳୟ କୁ ଯାଉଥିବା ବେଳେ ସେମାନଙ୍କୁ ରୋକଠୋକ ମନା କରାଯାଇ ଫେରାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ଯାହା ଫଳରେ ସେମାନେ ଆର୍ଥିକ କ୍ଷତି ସହିବା ସହ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ରାୟଗଡା ଜିଲ୍ଲାପାଳ ଙ୍କୁ ଅଭିଯୋଗ କରାଯାଇଥିବା ଜଣାପଡିଛି ।
