ବିସିଂପୁର ଠାରେ ଶ୍ରୀ ମାଁ ଭଣ୍ଡାର ଘରଣୀ ଓ ନାରାୟଣ କଲ୍ୟାଣ ମଣ୍ଡପ ର ଉଦଘାଟନ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି.

କୋରାପୁଟ ଜ଼ିଲ୍ଲା ବୋରିଗୁମା ବ୍ଲକର ବି ସିଂ ପୁର ଠାରେ ଶ୍ରୀ ମାଁ ଭଣ୍ଡାର ଘରଣୀ ଓ ଓ ନାରାୟଣି କଲ୍ୟାଣ ମଣ୍ଡପଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତୀଙ୍କ କର କୋମଲ ରେ ଉଦ ଘାଟି ତ ହୋଇଯାଇଛି.ଏହି ମଣ୍ଡପ ନିମନ୍ତେ ସ୍ଥାନ ର ଅଭାବ ଥିବାରୁ ସ୍ଵର୍ଗତ ନୀଳକଣ୍ଠ ଦାଶ ଙ୍କ ପରିଵାର ତାଙ୍କ ବି ସିଂହ ପୁର ସ୍ଥିତ ବାସଗୃହ କୁ ମାଁ ଭଣ୍ଡାର ଘରଣୀ ମନ୍ଦିର ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଉତ୍ସର୍ଗ କରିଥିଲେ । ଉକ୍ତ କଲ୍ୟାଣ ମଣ୍ଡପ ର ଉଦ୍ଘାଟନ ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନୃସିଂହ ଚରଣ ଶତପଥୀ,ସରପଞ୍ଚ ଶ୍ରୀମତି ରୂପା ଜାନୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ପଟ୍ଟନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ମିଶ୍ର, ବି ସିଂହ ପୁର ର ବୟୋଜ୍ୟେଷ୍ଠ ବ୍ୟକ୍ତି, ଶ୍ରୀ ନୀଳକଣ୍ଠ ପ୍ରସାଦ ପଣ୍ଡା, ଶ୍ରୀ ତ୍ରିନାଥ ଷଡ଼ଙ୍ଗୀ,କୈଳାଶ ଚନ୍ଦ୍ର ରଥ, ଶ୍ରୀ ରଘୁନାଥ ଷଡ଼ଙ୍ଗୀ, ଶ୍ରୀ ମଦନ ମୋହନ ମହାନ୍ତି,ଶ୍ରୀ ସନତ୍ କୁମାର ମହାନ୍ତି, ଶ୍ରୀ ସୁବାଷ ଚନ୍ଦ୍ର ମହାଙ୍କୁଡ ଓ ସମସ୍ତ ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳ ର କିଛି ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । କଲ୍ୟାଣ ମଣ୍ଡପର ପୂର୍ବ ଦିଗରେ ଆମ ଗାଁ ର ଖଣ୍ଡିଆ ପର୍ବତ ଓ ପଶ୍ଚିମ ଦିଗରେ ଗାଁ ର ଶ୍ରୀ ଜଗନ୍ନାଥ ମନ୍ଦିର ର ଆର୍ଟ କରାଯାଇଛି । ଉକ୍ତ ଆର୍ଟ ଟି କୁମୁଲି ଗ୍ରାମ ନିବାସୀ ଶ୍ରୀ ଗୋଲକ ବିହାରୀ ହୋତା ,କଳା ଶିକ୍ଷକ କରିଛନ୍ତି । ଏହି କଲ୍ୟାଣ ମଣ୍ଡପ ଟି ଦୁଇଟି ମନ୍ଦିର ର ମଧ୍ୟ ଭାଗରେ ନିର୍ମାଣ ହୋଇଛି । ଏହି କାର୍ଯ୍ୟ କ୍ରମରେ ଗ୍ରାମର ସମସ୍ତ ଯୁବଗୋଷ୍ଠୀ, ଆଦିବାସୀ ପରମ୍ପରା ର ନାଚ ଓ ବାଜା ସମସ୍ତେ ସହଯୋଗ କରିଥିଲେ । କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
