April 30, 2026

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ

IMG-20250926-WA0016
Share

 

ଯୁଯୁମୁରା ଖଣ୍ଡ

 

ସମ୍ବଲପୁର, ୨୬. ୦୯():ଗୁରୁବାର ଦିନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ,ସମ୍ବଲପୁର ଜିଲ୍ଲା, ଯୁଯୁମୁରା ଖଣ୍ଡର ପଡିଆବାହାଲ ମଣ୍ଡଲରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ସାପ୍ତାହିକ ବଜାର ପଡିଆ ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଡିଆବାହାଲ ମଣ୍ଡଳର ମଣ୍ଡଳ ପ୍ରମୁଖ କପିଳେଶ୍ବର ପ୍ରଧାନ ମୁଖ୍ୟଅତିଥି ଓମୁଖ୍ୟ ବକ୍ତା ଭାବେ ସମ୍ବଲପୁର ପୁର ସହ ବିଭାଗ ବୌଦ୍ଧିକ ପ୍ରମୁଖ ରାମକୃଷ୍ଣ ନାୟକ ଯୋଗ ଦେଇ ହିନ୍ଦୁ ଏକତା, ଜାତୀୟ ମମତା ଓ ରାଷ୍ଟ୍ର ଭକ୍ତି ଉପରେ ମତ ରଖି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ପଞ୍ଚ ପରିବର୍ତ୍ତନ ଏବଂ ବିଜୟା ଦଶମୀ ବିଷୟରେ ଉଦ‌ବୋଧନ ଦେଇଥିଲେ ।ଏଥିରେ ଯୁଯୁମୁରା ଖଣ୍ଡ କାର୍ଯ୍ୟବାହକ ଅକ୍ଷୟ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସଭା ପୂର୍ବରୁ ଏକ ପଥ ସଞ୍ଚଳନ ପଧାନପାଲି ସ୍ଥିତ ଶିବ ମନ୍ଦିରରୁ ବାହାରି ପଡିଆବାହାହାଲ ସ୍ଥିତ ସାପ୍ତାହିକ ବଜାର ପଡିଆକୁ ଯାଇଥିଲା । କାର୍ଯ୍ୟକ୍ରମରେ ଓଡିଶା ପଶ୍ଚିମପ୍ରାନ୍ତ ଗ୍ରାମ ବିକାଶ ସଂଯୋଜକ ସପ୍ନେଶ୍ବର ପଧାନ, ସମ୍ବଲପୁର ଗ୍ରାମୀଣ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ପାର୍ଥ ସାରଥି ସାହୁ, ଯୁଯୁମୁରା ଖଣ୍ଡ ବୌଦ୍ଧିକ ପ୍ରମୁଖ ଦୂର୍ଗା ଶଙ୍କର ପାଣିଗ୍ରାହୀ, ଯୁଯୁମୁରା ଖଣ୍ଡ ଶାରୀରିକ ପ୍ରମୁଖ ଦିଲୀପ କଣ୍ଠ ଏହି କାର୍ଯ୍ୟ କ୍ରମରେ ସମାଜସେବୀ ଡାକ୍ତର ରାଜରାମ ଷଡଙ୍ଗୀ, ନରେଶ ପ୍ରଧାନ, ଶ୍ରୀମତୀ ଟିକି ପ୍ରଧାନ, ପ୍ରମୋଦ କୁମାର ମିଶ୍ର, ସୁଶାନ୍ତ ଧରୁଆ, ଶ୍ରୀମତୀ ସଂଯୁକ୍ତ ତ୍ରିପାଠୀ, ଦେବାନନ୍ଦ ଭୂସାଗର, ବାହାମ ସରପଞ୍ଚ ଶ୍ରୀମତୀ ସରସ୍ଵତୀ ଭୂସାଗର, ଗୋକୁଳାନନ୍ଦ ସାହୁ, ତାପସ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଙ୍କ ସହିତ ଦୟାନନ୍ଦ ପବ୍ଲିକ ସ୍କୁଲର ଶିକ୍ଷାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ।ପଡିଆବାହାଲ ଠାରେ ଏହା ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କ ମନରେ ଖୁବ ଉତ୍ସାହ ପ୍ରକାଶ ପାଇଛି।

You may have missed