ତିର୍ତୋଲ ବିଜେପି ତରଫରୁ ମେଗା ରକ୍ତଦାନ ଶିବିର !!

ତିର୍ତ୍ତୋଲ ::-ରକ୍ତ ହିଁ ଜୀବନର ଅଂଶ ! ରକ୍ତ ଦାନ କୁ ଜୀଵନ ଦାନ ବୋଲି କୁହାଯାଏ !ମେଡିକାଲ ର ବେଡ଼ ଉପରେ ଦୁର୍ଘଟଣା ପୀଡିତ ହେଉ ଅବା ଗର୍ଭବତୀ ମହିଳା ପାଇଁ ହେଉ, ଆବଶ୍ୟକ ସ୍ଥଳେ ସମୟେ ସମୟେ ରକ୍ତଭଣ୍ଡାରରେ ମିଳେ ନାହିଁ ରକ୍ତ !ତାର ଅଭାବ କୁ ପୂରଣ କରିବାକୁ ସ୍ବେଛାସେବୀ ଅନୁଷ୍ଠାନ ହେଉ କି ରାଜନୈତିକ ଦଳ ହେଉ ସ୍ୱଇଛାରେ ଦାନ କରୁଥିବା ରକ୍ତକୁ ସଂଗ୍ରହ କରି ରକ୍ତ ଭଣ୍ଡାର କୁ ପ୍ରଦାନ କରିଥାନ୍ତି !ନିକଟରେ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ଜନ୍ମପକ୍ଷ ରେ ଆୟୋଜନ କରିଛନ୍ତି ମେଗା ରକ୍ତଦାନ ଶିବିର !ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଆନନ୍ଦ ମଣ୍ଡପ ପରିସରରେ ଏହି ରକ୍ତଦାନ ଶିବିରକୁ ତିର୍ତ୍ତୋଲ ବିଜେପି ର ପଦାଧିକାରୀ ମାନେ ଆୟୋଜନ କରିଥିବା ବେଳେ, ଉଦଘାଟନ କରିଥିଲେ ବିଧାୟକ ପ୍ରାର୍ଥୀ ଆଇନୀଜୀଵି ରାଜକିଶୋର ବେହେରା ! ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ଲୋକସଭା ସଦସ୍ୟ ବିଭୂ ପ୍ରସାଦ ତରାଇ, ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର !ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଓ ମେଡିକାଲ ଷ୍ଟାଫ ଏହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ସ୍ବେଛାସେବୀ ଭାବେ ବିଜେପି ଯୁବମୋର୍ଚା ର ସଦସ୍ୟ ମାନେ ସମସ୍ତ ଆୟୋଜନ କରିଥିଲେ !!
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର
