କଂଗ୍ରେସ ନେତାଙ୍କ ବିୟୋଗ
– ବରଗଡ଼ ଜିଲା ଅତାବିରା ବ୍ଲକ ଭୋଇପୁରା ଗ୍ରାମର ବରିଷ୍ଠ କଂଗ୍ରେସ ନେତା ପ୍ରକାଶ ତ୍ରିପାଠୀଙ୍କ ରବିବାର ୫୮ ବର୍ଷ ବୟସରେ ବିୟୋଗ ହୋଇଯାଇଛି l ତାଙ୍କ ବିୟୋଗରେ ଅତାବିରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସ୍ବର୍ଗତ ପ୍ରକାଶ ଜଣେ ସରଳ, ସର୍ବ ଜନ ପ୍ରିୟ କର୍ମୀ ଭାବେ ପରିଚିତ ଥିଲେ l ତାଙ୍କ ପୁତ୍ର ରୋଶନ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ l ରବିବାର ସକାଳ ସାଢେ ୬ଟାରେ ହଠାତ ତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଅତାବିରାର ଏକ ଘରୋଇ ହସ୍ପିଟାଲ କୁ ନିଆଯାଇଥିଲା l ତେବେ ହୃଦଘାତ ରେ ତାଙ୍କ ଜୀବନ ଚାଲିଯାଇଥିବା ସେଠାରେ ଡାକ୍ତର ପ୍ରକାଶ କରିଥିଲେ lସୁରେନ୍ଦ୍ର କଠାର,ଅତାବିରା
