April 26, 2026

ଆସ ସ୍କୁଲ ଯିବା ଏବଂ ଉଲ୍ଲାସ ସଫଳତା ପାଇଁ ପଦଯାତ୍ରା

IMG-20250920-WA0113
Share

ବୋଲଗଡ,୨୦/୦୯ (ଉପାନ୍ତ ଖବର): ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୋନାମିକା ରାୟଙ୍କ ନିର୍ଦେଶରେ ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କଳାଙ୍ଗ ସାଧନ କେନ୍ଦ୍ରର ସଂଯୋଜକ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ୱାବଧାନରେ କଳାଙ୍ଗସ୍ଥିତ କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଶନିବାର ଦିନ ପଦଯାତ୍ରା ଅନିଷ୍ଠିତ ହୋଇଯାଇଛି । ଏଥିରେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ବାଇଁ ଏବଂ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରଶାନ୍ତ କୁମାର ହୋତା,ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ୍ୟ ନରେନ୍ଦ୍ର କୁମାର ସ୍ବାଇଁ ,କଳାଙ୍ଗ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ପ୍ରଭାତ କୁମାର ସ୍ବାଇଁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ଏବଂ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ପଦଯାତ୍ରାରେ କଳାଙ୍ଗ ଗ୍ରାମର ବିଭିନ୍ନ ସାହି ପରିକ୍ରମା କରିଥିଲେ । ଗ୍ରାମର ତ୍ରିନାଥ ଛକ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ବାଇଁଙ୍କ ରଚନା ଏବଂ ହିନ୍ଦୀ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପାଣିଙ୍କ ନିର୍ଦେଶନାରେ ପଥପ୍ରାନ୍ତ ନାଟକ (ଉଦୟ ଭାନୁ) ବିଦ୍ୟାର୍ଥୀଙ୍କ ଦ୍ବାରା ପରିବେଷିତ ହୋଇଥିଲା । ଉକ୍ତ ପଦଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ । ଓଡ଼ିଶା ସରକାରଙ୍କ ନିରକ୍ଷରତା ଦୂରୀକରଣ ଲାଗି ଏହି ଅଭିନବ ପ୍ରୟାସ ପାଇଁ ଗ୍ରାମବାସୀ ଉଚ୍ଚ ପ୍ରସଂସା କରିଥିଲେ । ଏଥିରେ ଗ୍ରାମର ପୁରାତନ ଛାତ୍ର ଅତୁଲ୍ୟ କୁମାର ନିଶଙ୍କ,ପ୍ରକାଶ ସାହୁ ,ଜ୍ଞାନରଞ୍ଜନ ପ୍ରଧାନ ସହଯୋଗ କରି ଉକ୍ତ କାର୍ଯ୍ୟକୁ ସଫଳ କରିଥିଲେ । ପ୍ରଧାନ ଶିକ୍ଷକ ଜ୍ୟୋଚିନ୍ଦ୍ର କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ-ମାନସ ରଂଜନ କର।