April 29, 2026

ସିଙ୍ଗିରୀ ବାଲି ମାଫିଆଙ୍କ ପାଇଁ ଅଭିନବ ରେଡ ନଦୀରେ ପହଁରି ପହଁରି ପାଞ୍ଚଟି ଭେଳା ଜବତ କଲେ ଦୁଇ ବିଭାଗର ଅଧିକାରୀ

IMG-20250920-WA0005
Share

 

ନୀଳଗିରି ( ଦେବାଶିଷ ଦାଶ )

ଆକ୍ସନ ମୁଡ଼ରେ ନୀଳଗିରି ଖଣି ବିଭାଗ। ନଦୀ ପାଣି ଭିତରେ ଫିଲ୍ମ ଷ୍ଟାଇଲ ରେ ଗୋଡ଼ାଇ ଗୋଡ଼ାଇ ବାଲି ମାଫିଆଙ୍କ ଭେଳାକୁ ଧରିଲେ ଅଧିକାରୀ। ନୀଳଗିରି ବ୍ଲକ ସିଙ୍ଗିରୀ ଅଞ୍ଚଳରେ ସୋନ ନଦୀ ଅବାହିକାରେ ଦୀର୍ଘ ଦିନ ଧରି ବେଧଡକ ଚାଲିଥିଲା ବାଲି ମାଫିଆଙ୍କ ରାଜ । ଉତ୍ତୋଳନ କରୁଥିଲେ ବେଆଇନ୍ ଚୋରା ବାଲି। ଗତକାଲି ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣୀ ଅଭିଯୋଗ ଶିବିରରେ ଉକ୍ତ ଗାଁ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ। ଅଭିଯୋଗ ପାଇବା ପରେ ଆଜି ଖଣି ବିଭାଗ ଓ ନୀଳଗିରି ପୋଲିସ ସହଯୋଗରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ନୀଳଗିରି ଖଣି ଅଧିକାରୀ ଓ ପୋଲିସ ଅଧିକାରୀ ସିଙ୍ଗିରି ଗାଁ କୁ ଯାଇ ନଦୀ ପାଣିରେ ପଶି ପାଞ୍ଚଟି ଭେଳାକୁ ଜବତ କରିଛନ୍ତି। ତେବେ ଗତ କିଛି ଦିନ ପୂର୍ବରୁ ଅଯୋଧ୍ୟା ଅଞ୍ଚଳରେ ଟ୍ରାକ୍ଟର ଗାଡ଼ିକୁ ଜବତ କରିବା ସମୟରେ, କିଛି ବାଲି ମାଫିଆ ମାନେ କନଷ୍ଟେବଳଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର କୁ ଛଡ଼ାଇ ନେଇଥିଲେ। ଏଭଳି ଘଟଣା ଘଟିଥିବା ଯୋଗୁଁ ଏବେ ଆକ୍ସନ ମୋଡରେ ପୋଲିସ ଓ ଖଣି ବିଭାଗ।

ମାଫିଆ ଙ୍କ‌ଛାତିରେ ଛନକା ପଶି ଥିବାକୁହା ଯାଉଛି।

You may have missed