ଆଜିର ଖବର..
୧-ରାଜ୍ଯ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ବିଧାନସଭା ସଚିବଙ୍କୁ ଦେଲା ୧୫ ବିଧାୟକଙ୍କ ଚିଠି।
୨-ଭୁବନେଶ୍ୱର: କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଭରସା ବିଜେଡି, ସଂଖ୍ୟା ଗଣିତରେ ବିଜେପି ସୁଦୃଢ।
୩-ଭୁବନେଶ୍ୱର:ପ୍ରାଚୀନ ଦୂର୍ଗାପୂଜା ମେଢ଼କୁ ମିଳିବ ଆର୍ଥିକ ପ୍ରୋତ୍ସାହନ, ତାଲିକା ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।
୪-ଭୁବନେଶ୍ୱର:୬୦ ବର୍ଷିୟା ସୁଭଦ୍ରା ହିତାଧିକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା, କିନ୍ତୁ କରିବାକୁ ପଡ଼ିବ ଆବେଦନ।
୫-ଅଧାରେ ଅଟକିଛି ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା, ରାଜଧାନୀରେ ମାଳ ମାଳ, ଉପକୂଳରେ ପ୍ରବଳ।
୬-କନ୍ଧମାଳ:କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥଳର ସ୍ଥିତି ସମୀକ୍ଷା କଲେ ୩ ବରିଷ୍ଠ ଅଧିକାରୀ।
୭-ମହିଳା କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାର ନୂଆ ମୋଡ଼, ଟଙ୍କା ପାଇଁ ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲା ଦୀପକ।
୮-ବିଧାନସଭାରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି, ଜିନିଷ ଉଦ୍ଧାର ପାଇଁ ବାଚସ୍ପତିଙ୍କୁ କଂଗ୍ରେସର ଚିଠି।
୯-ବଲାଙ୍ଗୀର:ନକଲି ସାର୍ଟିଫିକେଟ ଦେଇ ଚାକିରି ମାମଲା, ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ।
୧୦-କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ:ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ନାହାନ୍ତି ନର୍ସ, ନାହାନ୍ତି ଡାକ୍ତର, ଚିକିତ୍ସା କରୁଛନ୍ତି ସୁରକ୍ଷାକର୍ମୀ।
୧୧-ବୋଲଗଡ଼:ନଡ଼ିଆ ତୋଳିବା ବେଳେ ଗଲା ଜୀବନ, ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ।
୧୨-ରାଜଧାନୀରେ ପୁଣି ଆମ ବସ୍ କର୍ମଚାରୀଙ୍କ ଦାଦାଗିରି; ସାମାନ୍ୟ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଆକ୍ରମଣ କଲେ କଣ୍ଡକ୍ଟର।OD33AH0166 ଗାଡ଼ିର କଣ୍ଡକ୍ଟର ଏହି ଘଟଣା ଘଟାଇଥିବା ଜଣାପଡ଼ିଛି।
୧୩-ଗଜପତି ମାଛମରା ଅପଗ୍ରେଡ୍ ହାଇସ୍କୁଲ:ବିଦ୍ୟାଳୟରେ ମାରପିଟ୍ ଘଟଣାରେ ୩ ଶିକ୍ଷକ ନିଲମ୍ବିତ।
୧୪-ପଟ୍ଟାମୁଣ୍ଡାଇ ଛାତ୍ରୀ ଜଳିଯିବା ଘଟଣା, ଡିସେମ୍ବର ୨ ସୁଦ୍ଧା ରିପୋର୍ଟ ଦେବାକୁ SPଙ୍କୁ ନିର୍ଦେଶ।
୧୫-ବାଲିହରଚଣ୍ଡି ଗଣବଳାତ୍କାର ମାମଲା: ମନୋଜ ସହ ଅନ୍ୟ ୨ ଅଭିଯୁକ୍ତ ଗିରଫ।
୧୬-ବାଲେଶ୍ବର ନୀଳଗିରିରେ ସୁନାଇଟା ଗୁଜବକୁ ନେଇ ଚାଞ୍ଚଲ୍ୟ, ରାଜ୍ୟରେ କାମ କରୁଛି ବଡ଼ ରାକେଟ୍
୧୭-ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲରେ ୧୧୨ ଟି ଦୋକାନ ଆବଣ୍ଟନ ପାଇଁ BDA ପକ୍ଷରୁ ହେଲା ଲଟେରୀ।
୧୮-ପାଟଣା:ବିହାରରେ ବେକାରୀଙ୍କୁ ମାସିକ ୧୦୦୦ଟଙ୍କା ଭର୍ତ୍ତା ମିଳିବ।
୧୯-ଆବୁଧାବି: ଏସିଆ କପ୍ ରେ ଆଜି ଭାରତ -ଓମାନ ମୁକାବିଲା।
୨୦-ଏସିଆ କପ୍ ୨୦୨୫: ୨୧ ତାରିଖରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍।
୨୧-ହିଣ୍ଡନବର୍ଗ ମାମଲାରେ ଗୌତମ ଆଦାନୀଙ୍କୁ ସେବିର କ୍ଲିନଚିଟ୍: କହିଲା, କୌଣସି ବେଆଇନ କାମ ହେଇନି।
*🙏 ସୁପ୍ରଭାତ, ଜୟ ଶ୍ରୀଜଗନ୍ନାଥ 🙏*
➖➖➖➖➖➖➖➖➖➖➖
