April 29, 2026

ଅଯୋଧ୍ୟା-ବାରଣାସୀ ତୀର୍ଥ ଯାତ୍ରା ରେ ଯୋଗଦେଲେ ଗଜପତିର ୭୨ ଜଣ ବରିଷ୍ଠ ନାଗରିକ

IMG-20250918-WA0033
Share

 

ଅଯୋଧ୍ୟା-ବାରଣସୀ ତାର୍ଥଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ, ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହନଗା, ଅଧ୍ୟକ୍ଷା, ପାରଳା ପୌରପରିଷଦ ଶ୍ରୀମତୀ ନିର୍ମଳା ସେଠୀ, କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଲାବଣେନ୍ଦୁ ମହାନ୍ତି ଏବଂ ଜିଲ୍ଲା ସଂସ୍କତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜଙ୍କ ଉପସ୍ଥିତିରେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା କରିବାକୁ ଥିବା ଗଜପତିରୁ 72 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ସୂଚନା ପ୍ରକାରେ ଏହି ତୀର୍ଥ ଯାତ୍ରା କାର୍ଯ୍ୟକ୍ରମ ଚଳିତ ମାସ ତା 19-09-2025 ରିଖରେ ବ୍ରହ୍ମପୁର ରୁ ଆରମ୍ଭ ହୋଇ ତା 24-09-2025 ରିଖ ରେ ଶେଷ ହେବ।

ଉକ୍ତ ତୀର୍ଥ ଯାତ୍ରାରେ ଯୋଗଦେବା ନିମନ୍ତେ ଯାତ୍ରୀମାନେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଦ୍ବାରା ପ୍ରଦତ୍ତ Website ରେ Online ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିଥିଲେ । ସେଥି ମଧ୍ୟରୁ 72 ଜଣ ଯାତ୍ରୀଙ୍କୁ e-randomization ପ୍ରକ୍ରିୟା ମାଧ୍ୟମରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଭୂବନେଶ୍ବର ଚିହ୍ନଟ କରିଛନ୍ତି ଏବଂ ସେମାନେ ହିଁ ଏହିଯାତ୍ରାରେ ସାମିଲ ହେବେ I ସେଥି ମଧ୍ୟରେ ଗୋଷାଣି ବ୍ଲକ ରୁ 16 ଜଣ, ରାୟଗଡ଼ ବ୍ଲକ ରୁ 5 ଜଣ, ନୁଆଗଡ଼ ବ୍ଲକ ରୁ 5 ଜଣ, ରା.ଉଦୟଗିରି ବ୍ଲକ ରୁ 5 ଜଣ, ମୋହନା ବ୍ଲକରୁ 5 ଜଣ, ଗୁମ୍ମା ବ୍ଲକ ରୁ 5 ଜଣ, କାଶୀନଗର ବ୍ଲକରୁ 9 ଜଣ, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିରୁ 14 ଜଣ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ 5 ଜଣ ଲେଖାଏଁ ତୀର୍ଥଯାତ୍ରୀ ରହିଛନ୍ତି ।

ଜିଲ୍ଲା ପ୍ରଶାସନ ତରଫରୁ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି।

1. ବ୍ରହ୍ମପୁର ଗସ୍ତ ପୂର୍ବରୁ ଯାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।

2. ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ବ୍ଲକ କାର୍ଯ୍ୟାଳୟ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରୁ ସରକାରଙ୍କ ଖର୍ଚ୍ଚରେ ଅଣାଯାଇଛି ଏବଂ ଫେରିଲା ବେଳେ ମଧ୍ୟ ସମସ୍ତଙ୍କୁ ସେହି ସ୍ଥାନରେ ଛଡ଼ାଯିବ ।

3. ବ୍ରହ୍ମପୁର ପହଞ୍ଚିଲା ପରେ ସମସ୍ତଙ୍କୁ ଏକ କିଟ୍ ଦିଆଯିବ, ଯେଉଁଥିରେ କି ତାଙ୍କର ନିତ୍ୟ ଆବଶ୍ୟକ ଜିନିଷ ରହିଥିବ।

4. ଟ୍ରେନ୍ ଯାତ୍ରା ସମୟରେ IRCTC ତରଫରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ଆବଶ୍ୟକ ଡ଼ାକ୍ତର ଟିମ୍ ଟ୍ରେନ୍ ରେ ରହିବେ।

5. ଆମ ଜିଲ୍ଲାରୁ ସମସ୍ତ ଯାତ୍ରୀଙ୍କ ତତ୍ତ୍ବାବଧାନ ପାଇଁ ଦୁଇଜଣ Escort Officer ସେମାନଙ୍କର ସାଙ୍ଗରେ ଯାତ୍ରା କରିବେ।

6. ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ ରେ ବସାଇବା ଏବଂ ଆସିବା ସମୟରେ ଯତ୍ନ ଓ ସୁରକ୍ଷାରେ ଆଣିବା ପାଇଁ ପର୍ଯ୍ୟଟନ ଅଧିକାରୀଙ୍କ ସହ ଏକ ଟିମ୍ ରହିବେ।

7. ଯାତ୍ରୀ ମାନଙ୍କର ଯାତ୍ରା ସମୟରେ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ।

 

ଉପସ୍ଥିତ ସମସ୍ତ ଅଧିକାରୀ ତଥା କର୍ମଚାରୀ ତୀର୍ଥଯାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଯାତ୍ରା ମଙ୍ଗଳମୟ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀଙ୍କ ନେତୃତ୍ବରେ ପରିଚାଳନା କରିଥିଲେ।