ପଛୁଆ ବର୍ଗ ସର୍ଭେ ନିମନ୍ତେ ତାଲିମ୍ କାର୍ଯ୍ୟକ୍ରମ
କୋରାପୁଟ ଜିଲ୍ଲା, କୁନ୍ଦୁରା ତା 29, 4 କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ପରିସରରେ ପଛୁଆବର୍ଗ ତାଲିମ୍ କାର୍ଯ୍ୟକ୍ରମ l ମୁଖ୍ୟ ବିଚାରକ ଭାବେ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁର ପ୍ରକଳ୍ପ ପ୍ରଶାସକ ଗୋପିନାଥ ସାରକା ଯୋଗଦେଇଥିଲେ l ଏହି ସର୍ଭେ ନିମନ୍ତେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ତାଲିମ୍ ଦିଆଯାଇଛି l ଆଜି ଦିତୀୟ ପର୍ଯ୍ୟାୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଥିଲା ତାଲିମ୍ କାର୍ଯ୍ୟକ୍ରମ l ଏଥିରେ 79 ସର୍ଭେ କେନ୍ଦ୍ର ବ୍ଲକର 79 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ 8 ଜଣ ସୁପରଭାଇଜର ସାମିଲ୍ ହୋଇଥିଲେ l ସର୍ଭେ ସମୟ ସକାଳ 10 ଟା ରୁ 12 ଟା ଓ 3 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ନିର୍ଧାରଣ ହୋଇଥିବାବେଳେ ଏଥିରେ କୌଣସି ଛୁଟି ଦିବସ ନାହିଁ କ୍ରମାଗତ ଭାବେ ଚାଲିବ l ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା 1 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସର୍ଭେ କାର୍ଯ୍ୟରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ହୁଏ ତେବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାର କାର୍ଯ୍ୟ ଚାଲୁ ରହିବ ବୋଲି ମତ ରଖିଛନ୍ତି ଓ ସାଧାରଣ ବର୍ଗର ଲୋକେ ନିଜେ ସ୍ଵତଃ ପ୍ରବୃତ୍ତ ଭାବେ କେନ୍ଦ୍ରକୁ ଯାଇ ନିଜ ନିଜର ତଥ୍ଯ ପ୍ରଦାନ କରିବା ସହ ସହଯୋଗ କରିବା ପାଇଁ ଆହ୍ଵାନ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମ ପ୍ରସାଦ ଦୋରା l ତାଲିମ୍ ଦାତା ଭାବେ ସି ଡି ପି ଓ ଆରତୀ ମହାପାତ୍ର ଯୋଗଦେଇ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତହସିଲଦାର ଆୟୁବ ମଣ୍ଡଳ, gpo ସୁରେଶ୍ ଚନ୍ଦ୍ର ହୋତା, ମଙ୍ଗଳ ଅଧିକାରୀ ସୁଜ୍ଞାନ ରଞ୍ଜନ ଜାଲି ପ୍ରମୁଖ ଯୋଗ ଦେଇଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁସ୍ ଉପାନ୍ତ ଓଡ଼ିଶା l