April 29, 2026

ନୂଆଗଡ ବ୍ଲକ ଭ୍ରମରପୁର ଗ୍ରାମର ବାପଟିଷ୍ଟ ମଣ୍ଡଳୀ ଖ୍ରୀଷ୍ଟୀୟଉଦଯୋଗସମିତିରପ୍ରଥମଉଦ୍ଦୀପନାସଭାଅନୁଷ୍ଠିତ

IMG-20230430-WA0002
Share

 

ପାରଳାଖେମୁଣ୍ଡି:୨୯/୪(ଗରୁଡ଼ ଧ୍ଵଜ ଚୌଧୁରୀ)

ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମର ପୁର ବାପଟିଷ୍ଟ ମଣ୍ଡଳୀ ଖ୍ରୀଷ୍ଟୀୟ ଉଦଯୋଗ ସମିତି ଆନୁକୁଲ୍ୟରେ ଏବଂ ସ୍ଥାନୀୟ ମଣ୍ଡଳୀର ସହଯୋଗରେ ଦୁଇଦିନିଆ ପ୍ରଥମ ଉଦ୍ଦୀପନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଖ ପାଖ ଅଞ୍ଚଳର ଖ୍ରୀଷ୍ଟୀୟ ସେବକ ସେବିକା, ଖ୍ରୀଷ୍ଟ ବିଶ୍ବାସୀ ବିଶ୍ବାସୀ ମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ଏଠାରେ ପ୍ରଭୁଙ୍କର ଆରାଧନା, ପ୍ରାର୍ଥନା ଏବଂ ବାକ୍ୟ ପ୍ରଚାର କରାଯାଇଥିଲା । ଏହି ସଭାରେ ଖ୍ରୀଷ୍ଟୟ ବିଶ୍ବାସୀ ଯୁବକ ଯୁବତୀ ମାନଙ୍କର ଆଧ୍ୟାତ୍ମିକ ଜୀବନରେଅଭିବୃଦ୍ଧି ,ଯୌବନ ଜୀବନର କୁଅଭିଲାସରୁ ପଳାୟନ କରି ମନ ପରିବର୍ତ୍ତନ କରିବାକୁ ପରାମର୍ଶ ଜନକ ବାକ୍ୟ ଶିକ୍ଷା ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସ୍ଵାଧୀନ ପ୍ରଚାରକ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା, ପାଳକ ଆଚାର୍ଯ୍ୟ ଜିତୁ ଲିମ୍ମା, ସ୍ଥାନୀୟ ପାଳକ ଆଚାର୍ଯ୍ୟ ମାନସ ରଞ୍ଜନସାନାନୟକ ଯୋଗଦାନ କରିଥିଲେ ତତସହଦେଶର ସମସ୍ତ ଜନସାଧାରଣଙ୍କ ସୁସ୍ଥ ଜୀବନ, ଏକତା ତଥା ଶାନ୍ତିପାଇଁପ୍ରାର୍ଥନାକରାଯାଇଥିଲା ସୁସମାଚାର ଗାୟକ ବିଦ୍ୟୁତ ବାତ୍ରା, ଗାୟକ ସୁଶାନ୍ତ ଖୋସଲା, ଗାଇକା ମିସ ସେଲୋନୀ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଗାନ କରି ଆରାଧନାରେ କଠାଇ ନେଇଥିଲେ । ଉଦିପନା ସଭାର ଅବ୍ୟର୍ଥନା ଏବଂ ବିଦାୟ କାଳୀନ ଗୀତକୁ ସୁସମାଚାର ଗାୟକ ଦୀପକ ମଣ୍ଡଳ ନାୟକ ଗାନ କରି ଥିବା ବେଳେ ବନ୍ଦନା ଗୀତ ବନ୍ଧୁ ପାଲ ଗାନ କରି ଶୁଣାଇ ଥିଲେ । ଏହି ପ୍ରଥମ ଉଦ୍ଦୀପନା ସଭାକୁ ସ୍ଥାନୀୟଉଦଯୋଗ ସମିତିର ସଭାପତି ଅଜିତ କାଉଁରୀ ପରିଚାଳନା କରିଥିବା ବେଳେ ସମ୍ପାଦକ ଜନ ଗିଲିଅଦ ପରିଛାଅଭ୍ୟର୍ଥନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସମିତିର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମର ସମସ୍ତ ଯୁବକ ଏଥିରେ ସହଯୋଗ କରିଥିଲେ ।