June 12, 2026

ଗଜପତି ଜିଲ୍ଲା ମୋହନା ପୋଲିସ ଦ୍ଵାରା ଶିକୁଳି ପଦର ନିକଟରେ ୨୦ ଲକ୍ଷ ଟଙ୍କାର ୨କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ 

IMG-20250916-WA0048
Share

 

 

ପାରଳାଖେମୁଣ୍ଡି;୧୬/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ଥାନା ପୋଲିସ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ଥିବାବେଳେ ସନ୍ଦେହରେ ଚଢ଼ଉ କରି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ ଜବତ କରି ଜଣକୁ ଗିରଫ କରିଛନ୍ତି. ଘଟଣାଟି ମୋହନା ଥାନାର ଶିକୁଳିପଦର ନିକଟରେ ଘଟିଛି. ପୁଲିସ ଚଢ଼ଉ କରି ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଶିକୁଳିପଦର ଗାଁର ବୁଡୁ ରଇତ(୪୭) ଙ୍କୁ ଗିରଫ କରାଯାଇଛି ବୋଲି ଥାନା ଅଧୂକାରୀ ବସନ୍ତ କୁମାର ସେଠୀ କହିଛନ୍ତି । ମୋହନା ଥାନା ଅଧୂକାରୀ ବସନ୍ତ ସେଠୀ ଓ ପୋଲିସ କର୍ମଚାରୀମାନେ ଶିକୁଳିପଦର ପଞ୍ଚାୟତ ଅଞ୍ଚଳ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ରାସ୍ତା ପାର୍ଶ୍ଵର ଗାଡିକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତିକୁ ସନ୍ଦେହରେ ଯାଞ୍ଚ କରିଥିଲେ । ତାଙ୍କ ନିକଟରୁ ୭ଟି ବସ୍ତାରୁ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।

You may have missed