ବୁଗୁଡ଼ା ଠାକୁରାଣୀ ଯାତ୍ରାର ଚତୁର୍ଥ ଦିବସ , ବିଭିନ୍ନ ସାହି ପରିକ୍ରମା କଲେ ପଞ୍ଚ ଠାକୁରାଣୀ
ବୁଗୁଡ଼ା : ତା ୨୯/୦୪/୨୩ : ବୁଗୁଡ଼ା ଠାକୁରାଣୀ ଯାତ୍ରାର ଚତୁର୍ଥ ଦିବସରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ୧୦୮ ଆଳତି ପରେ ମାନସିକଧାରୀ ମହିଳା ପୂର୍ଣ୍ଣିମା ରାଣୀ ପ୍ରଧାନ , ଯାଜ୍ଞସେନୀ ସ୍ବାଇଁ , ମିତା ନାୟକ , ସଂଯୁକ୍ତା ସାହୁ ଓ କୁମାରୀ ସାହୁ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଅସ୍ଥାନରୁ ବାହାରି ବଳଦେବ ମନ୍ଦିର ଓ ପୋଲସରା ରୋଡ ଦେଇ ଅନ୍ଧାରିଆ ସାହି , ନବଗୁଞ୍ଜର ସାହି , ଟୁଣୁଟୁଣିଆ ସାହି, ମୁଖ୍ୟ ସଡକ, ଜଳସେଚନ କଲୋନୀ , ମେଡିକାଲ କଲୋନୀ , ବ୍ଲକ୍ କଲୋନୀ , ପ୍ରେମଚାନ୍ଦ ନଗର , ମହୁଲିଆତୋଟାସାହି ପରିକ୍ରମା କରି ଆସ୍ଥାନକୁ ଫେରିଥିଲେ। ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଗୃହ ସମ୍ମୁଖରେ ଧୁପ, ଦୀପ ଓ ପୂଜା ସାମଗ୍ରୀ ସାଙ୍ଗକୁ ପୂର୍ଣ୍ଣ କୁମ୍ଭ ବାଢି ପଞ୍ଚ ଠାକୁରାଣୀଙ୍କୁ ସ୍ବାଗତ ପୂର୍ବକ କୃପା ଭିକ୍ଷା କରିଥିଲେ ।