ରସୁଲପୁର ଅବଦୁଲ ରହିମ୍ ହାଇସ୍କୁଲର ୧୯୮୮ ବ୍ୟାଚ ବିଦ୍ୟାର୍ଥୀ ମାନଙ୍କ ବନ୍ଧୁମିଳନ …
ତିର୍ତ୍ତୋଲ ତା ୧୪/୯/୨୦୨୫ ଦୀର୍ଘ ୩୭ ବର୍ଷର ବ୍ୟବଧାନ ପରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ ଅବଦୁଲ ରହିମ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୮ ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ମାନେ, ରାଜଧାନୀ ଭୁବନେଶ୍ଵର ର ସ୍ବସ୍ତି ଗ୍ରାଣ୍ଡ ହୋଟେଲ ରେ ଏକାଠି ହୋଇ, ଏକ ସ୍ବତନ୍ତ୍ର ବନ୍ଧୁମିଳନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଦୀର୍ଘ ୩୭ ବର୍ଷ ପରେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଭାବବିନିମୟ ଓ ଅତୀତର ସ୍ମୃତିମନ୍ଥନ କଲାବେଳେ କେତେକ ଭାବବିହ୍ବଳ ହୋଇ ଉଠିଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ର ସଦସ୍ୟ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବପ୍ରାର୍ଥନା କରଯାଇଥିଲା। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ କମଳାକାନ୍ତ ପରିଜା, ନରୋତ୍ତମ ଭୂୟାଁ , ରାମଚନ୍ଦ୍ର ଦାସ , ରଞ୍ଜନ କୁମାର ପ୍ରଧାନ ଙ୍କ ସମେତ କାନନ ବାଳl ମହାନ୍ତି, ନିରଞ୍ଜନ ମୁଦୁଲି, ମହମ୍ମଦ ତୟବ , ମନୋଜ କୁମାର ବେହେରା, ଶେଖ୍ ଅମଜାଦ ଅଲ୍ଲୀ ଓ ସୁଧାକର ସ୍ଵାଇଁ ପ୍ରମୁଖ ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ଓ ଉପଢ଼ୌକନ ଆଦି ପ୍ରଦାନ କରାଯାଇ , ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ନିଜ ନିଜର ଅନୁଭୂତି ଓ ଅନୁଭବ ର କଥା କହିଲା ବେଳେ କାହା ଆଖିରୁ ଲୁହ ଝରି ପଡିଥିଲା ତ ଆଉ କେହି ହସି ହସି ବେଦମ୍ ହୋଇ ଯାଇଥିଲେ । ତେବେ ଯେଉଁ ସହପାଠୀ ମାନେ ଅଭାବ ଅସୁବିଧା ଓ ସମାସ୍ୟା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି,ସେମାନଙ୍କୁ ମଧ୍ଯ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଓ ସହାୟତା କରିବା ପାଇଁ, ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ତତଫରୁ ନିଷ୍ପତି ନିଆଯାଇଥିଲା ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଅଛନ୍ତି।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
