ଏଥର ଆକର୍ଷଣ ପାଲଟିବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ

IMG-20250913-WA0036
Share

ଏଥର ଆକର୍ଷଣ ପାଲଟିବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ l ବଲିଉଡ ଓ ଓଲିଉଡ଼ ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନଙ୍କୁ ନେଇ ଦୁଲିକିବ ବାଲିଯାତ୍ରା ମଞ୍ଚ l ମୁଖ୍ୟମନ୍ତ୍ରୀ ଓ ଜିଲ୍ଲପାଳ ପାଲଟିବେ ମୁଖ୍ୟ ଆକର୍ଷଣ l ଏ ନେଇ ପାରାଦୀପ ଅଫିସର୍ସ କ୍ଳବ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତିବୈଠକ ରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସହିତ ଜଗତସିଂହପୁର ଏସପି,ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ କଳିଙ୍ଗ ବାଲିଯାତ୍ରା କମିଟିର ସମସ୍ତ ସଦସ୍ୟ ନିଜ ନିଜର ମତ ରଖିଥିଲେ l ନଭେମ୍ବର ଚାରି ତାରିଖରୁ ଆଠଦିନ ଧରି ଆୟୋଜିତ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ କିପରି ଟ୍ରାଫିକ ନିୟନ୍ତ୍ରଣ କରାଯିବ ଏ ନେଇ ଜଗତସିଂହପୁର ଏସପି ନିଜର ମତ ରଖିଥିଲେ l ତେବେ କିପରି ବାଲିଯାତ୍ରା ଆକର୍ଷଣୀୟ ହେବ ଏ ନେଇ ସମସ୍ତ କମିଟି ସଦସ୍ୟ, ଜିଲ୍ଲା ପ୍ରଶାସନ, ମୁନିସିପାଲିଟି ପ୍ରଶାସନ ସହିତ ବିସ୍ତୃତ ଆଲୋଚନା କରିଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )