ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତଙ୍କ ଉପସ୍ଥିତିରେ କୁଇଜ଼ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ: ବାଲେଶ୍ୱର

ବାଲେଶ୍ୱର ( ଦେବାଶିଷ ଦାଶ )
ଦିବା ୧୧ ଘଟିକା ସମୟରେ ସ୍ଥାନୀୟ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଠାରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତଙ୍କ ଉପସ୍ଥିତିରେ କୁଇଜ଼ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଦିବ୍ୟାଙ୍ଗ ସଚେତନତା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ଶ୍ରୀମତୀ ବ୍ରତତି ହରିଚନ୍ଦନ, ପୂର୍ବତନ ସହକାରୀ ନିର୍ଦେଶକ ଶ୍ରୀଯୁକ୍ତ ରାମକୃଷ୍ଣ ଶର୍ମା, ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ଘଡେ଼ଇ, ଦିବ୍ୟାଙ୍ଗ ଆୟୁକ୍ତଙ୍କ ଅନୁଶାସନସଚିବ ତଥା ଓଏସଡି ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରାଙ୍କ ଉପସ୍ଥିତିରେ କୁନ୍ତଳା କୁମାରୀ ସାବତଙ୍କ ତୈଳଚିତ୍ର ନିକଟରେ ଧୂପ ଦୀପ ପ୍ରଜ୍ୱଳ ପୂର୍ବକ ଶୁଭାରଂବ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଝାଂସି ରାଣୀ ଜେନା ଅଧ୍ୟକ୍ଷତା କରିଥିବା ବେଳେ, ଗୃହ ବିଜ୍ଞାନୀ ଅଧ୍ୟାପିକା ଶ୍ରୀମତୀ ପାଣ୍ଡେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ନିର୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ଘଡେ଼ଇ ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଶାମିଲ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏଥିରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ଶ୍ରୀମତୀ ବ୍ରତତି ହରିଚନ୍ଦନ ଦିବ୍ୟାଙ୍ଗ ମାନଙ୍କ ଅଧିକାର, ଶିକ୍ଷା, ସୁରକ୍ଷା, ସରକାରର ବିଭିନ୍ନ ଯୋଜନାରେ ସହାୟତା ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କଳରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଏବଂ ଦିବ୍ୟାଙ୍ଗ ମାନଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ବିଭିନ୍ନ ଆଇନ ଓ ସଚେତନତା ସମ୍ପର୍କରେ ପୂର୍ବତନ ସହକାରୀ ନିର୍ଦେଶକ ଶ୍ରୀଯୁକ୍ତ ରାମକୃଷ୍ଣ ଶର୍ମା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ର-ଛାତ୍ରୀ ମାନଙ୍କୁ ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମ ଲକ୍ଷଣ ଆକାର ପ୍ରକାର, ଦିବ୍ୟାଙ୍ଗଙ୍କୁ ସମ୍ମାନ ପ୍ରଦର୍ଶନ, ସରକାରଙ୍କର ଯୋଜନା, ସହାୟତା ଓ ସମ୍ବେଦନଶୀଳତା ସହିତ ଦିବ୍ୟାଙ୍ଗ ଆଇନ ୨୦୧୬ ସମ୍ପର୍କରେ ବିଶୋଦ ଭାବେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ର-ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ଼ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଭାତୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
