April 30, 2026

ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ,ଶିଶୁ ବାଟିକା ପ୍ରମୁଖ ବୈଠକ ଓ ସ୍ବଦେଶୀ ବୈଠକ 

IMG-20250913-WA0027
Share

 

 

 

ବରଗଡ,ସୁରେନ୍ଦ୍ର କଠାର

 

ଅଦ୍ୟ ତା.୧୩-୦୯-୨୦୨୫ରିଖ ଶନିବାର ଦିନ ବରଗଡ଼ ଜିଲ୍ଲା ଭେଡେନ ବ୍ଳକ୍ ଅନ୍ତର୍ଗତ ରେମଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭେଡେନ ସଂକୁଳ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ,ଶିଶୁ ବାଟିକା ପ୍ରମୁଖ ଓ ସ୍ବଦେଶୀ ପ୍ରମୁଖ ମାନଙ୍କୁ ନେଇ ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବୈଠକ ଗୁଡିକ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଗତ ପୂର୍ବ ବୈଠକର ବିବରଣୀ ପଠନ ଓ ଆଗାମୀ ମାସର ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା।ଶିଶୁ ବାଟିକା ପ୍ରମୁଖ ଶ୍ରମତୀ ପଦ୍ମିନୀ ଭୁଏ ଦୈନିକ ଶ୍ରେଣୀ କାର୍ଯ୍ୟ ଯୋଜନା କାଳାଂଶ ନେଇଥିଲେ।ମୁକ୍ତା ରଥ( ଜିଲ୍ଲା ଶିଶୁ ବାଟିକା ପ୍ରମୁଖପ୍ରମୁଖ)ଚର୍ଚ୍ଚା କାଳାଂଶ ନେଇଥିଲେ।ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର କର୍ମୀଙ୍କ ଦ୍ବାରା ସ୍ବଦେଶୀ ବୈଠକ କାଳାଂଶଟି ହୋଇଥିଲାଓ ଶ୍ରୀବତ୍ସ ସାହୁ ସହଯୋଗ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର, ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା କାର୍ଯ୍ୟକ୍ରମକୁ ସାହାଯ୍ୟ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଗୁରୁମା ଗୁରୁଜୀ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

You may have missed