June 19, 2026

ପରିବେଶର ସୁରକ୍ଷା ପାଇଁ ଗୋଷାଣୀ ବିଡ଼ିଓଙ୍କ ଅଭିନବ ପ୍ରୟାସ     

IMG-20250911-WA0042
Share

 

 

ପାରଳାଖେମୁଣ୍ଡି:୧୧/୯(ଗରୁଡ ଧ୍ୱଜ ଚୌଧୁରୀ)ବୃକ୍ଷ ହିଁ ଜୀବନ ଓ ବୃକ୍ଷ ହିଁ ସମ୍ପଦ. ପରିବେଶର ସୁରକ୍ଷା ପାଇଁ ପ୍ରତେକ ବ୍ୟକ୍ତି ଅତ୍ୟନ୍ତ ଗୋଟିଏ ହେଲେ ଚାରା ରୋପଣ କରନ୍ତୁ ବୋଲି ଗଜପତି ଜିଲ୍ଲାର ଗୋଷଣୀ ବ୍ଲକ ଉନ୍ନୟନ ଅଧିକାରୀ ମତବ୍ୟକ୍ତ କରିଛନ୍ତି. ଏଥିସହ ବ୍ଲକ କର୍ମଚାରୀମାନଙ୍କୁ ନିଜ ନିଜ ଟେବୁଲ ଉପରେ ଗୋଟିଏ ଗଛ ବା ଚାରା ରଖନ୍ତୁ ବୋଲି ପରାମର୍ଶ ଦେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି l ବିଡିଓଙ୍କ ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି. ଗୋଷଣୀ ବ୍ଲକ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ କହିଛନ୍ତି ବ୍ଲକର ୨୧ ପଞ୍ଚାୟତକୁ ୫୦୦ ଲେଖାଏଁ ଚାରା ପହଞ୍ଚି ଗଲାଣି। ନିର୍ଦ୍ଧାରିତ ଦିନ ଚାରା ରୋପଣ କରି ପରିବେଶର ସୁରକ୍ଷା କରାଯିବ.

You may have missed