ବେସରକାରୀ ଅଧ୍ଯାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ଜାରି
ବୁଗୁଡ଼ା : ତା ୧୧/୦୯/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।୨୦୦୮ ପରବର୍ତ୍ତୀ ପରିଚାଳନା କମିଟି ଦ୍ଵାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ ଦାବି କରି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା ଜାରି ରହିଥିବା ବେଳେଏହା ଆଜି ୨୫ ଦିନରେ
ପହଞ୍ଚିଛି। ସାରା ରାଜ୍ୟରେ ଏହି ଆନ୍ଦୋଳନ ଜାରି ରହିଥିବା ପରିପ୍ରେକ୍ଷୀରେ ବୁଗୁଡା ପିପୁଲ୍ସ କଲେଜର ଅଧ୍ୟାପକ ଓ କର୍ମଚାରୀବୃନ୍ଦ ସାମୂହିକ ଭାବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ କଲେଜ ସମ୍ମୁଖରେ ଗତ ଅଗଷ୍ଟ ୧୮ ତାରିଖରୁ ସମସ୍ତେ ଧାରଣା ବସିଛନ୍ତି । ଫଳରେ କଲେଜରେ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବକାଳ ସ୍ବଳ୍ପ ଦରମାରେ ଚଳିବା କଷ୍ଟକର ହୋଇ ପଡିଥିବାରୁ ସଂଘ ତରଫରୁ ଏଭଳି ଚରମ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଯେଉଁ ଦିନ ପର୍ଯ୍ୟନ୍ତ ଅନୁଦାନ ନୀତି ସମ୍ବନ୍ଧୀୟ କୈାଣସି ପଦକ୍ଷେପ ନିଆଯାଇନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ତେବେ କଲେଜର ୧୯ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏହି ଧାରଣାରେ ବସିଥିବା ଜଣାଯାଇଛି।
