ପଲ୍ଲା ମୋୖଜ଼ା ରେ ବେଆଇନ ଭାବରେ ମୂଲ୍ୟବାନ ସରକାରୀ ଜମି କୁ ବାହାର ଜ଼ିଲ୍ଲା ର ଲୋକଙ୍କୁ ଲିଜ ପ୍ରଦାନ

ଖୋର୍ଦ୍ଧା– (ପ୍ରିୟଙ୍କା ମହାପାତ୍ର) -ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ପଲ୍ଲା ମୌଜା ରେ ଥିବା ସରକାରୀ ଜମି ଯାହାର ପ୍ଲଟ ନଂ – ୧୬୮୪ ରେ ଥିବା ୨ ଏକର ୨୦୦ଡ଼ିସିମିଲ ଜମି ଯାହା ଘାସ ପଡ଼ିଆ ଓ ପତିତ ଭାବରେ ଉଲ୍ଲେଖ ରହିଛି ସେଥିରୁ ୧ଏକର ୫୧୫ ଡିସିମିଲ ଜମିକୁ ଖୋର୍ଦ୍ଧା ତହସିଲଦାର ଅନ୍ୟ ଜିଲ୍ଲା ର ଅର୍ଥାତ ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡ଼ିଆ ସାଉଁରିଆ ର ଶକୁନ୍ତଳା ସାହୁଙ୍କ ଲିଜ ସୂତ୍ରରେ ପଟ୍ଟା ଦିଆଯାଇଛି। ଯେଉଁଠି ଗରିବ ଲୋକ ରହିବାକୁ ସରକାର ୪୦ଡିସିମିଲ ଜାଗା ଦେବାର ନିୟମ ରହିଛି, ମାତ୍ର ତହସିଲଦାର କେଉଁ ସରକାରୀ ନିୟମ ଆଧାର ରେ ମୂଲ୍ୟବାନ ଜାଗା କୁ ବାହାର ଜ଼ିଲ୍ଲା ର ଲୋକଙ୍କୁ ଟେକିଦେଲେ ତାକୁ ନେଇ ଉଠିଛି ପ୍ରଶ୍ନବାଚି ? ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳ ର ଅନେକ ବ୍ୟକ୍ତି ବାସହରା ହୋଇ ଯାଯାବର ଜୀବନ ଅତିବାହିତ କରୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଚାଳିଶ ଡ଼ିସିମିଲ ଜମି ତହସିଲ କାର୍ଯ୍ୟାଳୟ ରେ ଦୀର୍ଘ ଦିନ ଧରି ଆବେଦନ କରିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଙ୍କୁ ଲାଞ୍ଚ ଦେଇ ନପାରିବାରୁ ସେଥିରୁ ବଞ୍ଚିତ ହୋଇଛନ୍ତି l ପଲ୍ଲା ଅଂଚଳ ସହରର ପ୍ରମୁଖ ସ୍ଥାନ ହୋଇଥିବାବେଳେ ଭବିଷ୍ୟତ ରେ ଏ ଅଞ୍ଚଳରେ ବହୁ ସରକାରୀ ଅଫିସ ଏବଂ ପ୍ରକଳ୍ପ କରାଯିବାର ସମ୍ଭାବନା ରହିଛି। ମାତ୍ର ଟଙ୍କା ଲୋଭରେ ଖୋର୍ଦ୍ଧା ତହସିଲଦାର ସମସ୍ତ ନୀତିନିୟମ କୁ ଜଳାଞ୍ଜଳି ଦେଇ ସରକାରୀ ଜମିକୁ ଅନ୍ୟମାନଙ୍କୁ ଟେକି ଦେଇଚାଲିଛନ୍ତି।ଏ ସମ୍ପର୍କ ରେ ରାଜସ୍ବ ମନ୍ତ୍ରୀ ଦୃଷ୍ଟି ଦେବା ସହ ଵିଧିବଦ୍ଧ ଭାବରେ ଘଟଣା ଟିର ତଦନ୍ତ କରିବା କୁ ସାଧାରଣ ରେ ଦାବୀ ହେଉଛି l
