June 12, 2026

ଉଚ୍ଚ ନ୍ୟାୟଳୟ ଙ୍କ ନିର୍ଦ୍ଦେଶ ର ଯାଞ୍ଚ ଏବଂ ବ୍ଲାଷ୍ଟିଂ ଲାଇସେନ୍ସ ନଦେବା ପାଇଁ ଜ଼ିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ

IMG-20250907-WA0022
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)-ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଲଘୁ ଖଣିଜଜାତ ପଦାର୍ଥ ର ଦଶବର୍ଷ ଦୀର୍ଘ କାଳୀନ ଲିଜ ପାଇଁ ନିଲାମ ବିଜ୍ଞାପନ ସଂଖ୍ୟା -୭୩୨୯ ତାରିଖ -୭.୭.୨୦୧୮ ରେ ପ୍ରକାଶ ପାଇଥିଲା , ଯାହା ଶ୍ରୀ ଜଗନ୍ନାଥ ବିଜେ,ପୁରୀ ଙ୍କ ନାମ ରେ ରହିଛି l ବିଜ୍ଞପ୍ତି ଅନୁଯାୟୀ କର୍ତ୍ତୃପକ୍ଷ ୪୪ ଟି ପଥର ଖଣି ନିଲାମ ପାଇଁ ରଖିଛନ୍ତି। ବିଜ୍ଞପ୍ତି ପ୍ରକାଶନ ପରେ କିଛି ବ୍ୟକ୍ତି, କମ୍ପାନୀ, ଅନୁଷ୍ଠାନ ନିଲାମ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିଲେ ଏବଂ ନିୟମ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଅଳ୍ପ ଜଣଙ୍କୁ ସର୍ବୋଚ୍ଚ ନିଲାମଦାତା ଭାବରେ ଘୋଷଣା କରାଯାଇଥିଲା । ସତ୍ୟପୀର ଶ୍ରୀଚନ୍ଦନ ଯିଏ ଏହି ନିଲାମ ପ୍ରକ୍ରିୟା ରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଜଣେ ଥିଲେ, ଏଥିରେ ଅସନ୍ତୋଷ ପ୍ରକାଶ କରି ୨୦୧୮ ମସିହାର ଡବ୍ଲୁ.ପି(ସି) ନମ୍ବର -୧୩୪୨୪ ରେ ଓଡ଼ିଶା ଉଚ୍ଚ ନ୍ୟାୟଳୟ ଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏହି ଖଣି ସବୁର ନିଲାମ ବାତିଲ କରିବା ସହିତ ଓ.ଏମ.ଏମ.ସି.ନିୟମ -୨୦୧୬ ଅନୁଯାୟୀ ପ୍ରଦତ୍ତ ପ୍ରକ୍ରିୟାକୁ କଡ଼ାକଡ଼ି ଅନୁସରଣ କରି ଉକ୍ତ ଖଣିଗୁଡ଼ିକୁ ନିଲାମ କରିବାକୁ ପ୍ରାର୍ଥନା କରାଯାଇଥିଲା ଏବଂ 2018 ମସିହା ରେ ଓଡିଶା ଉଚ୍ଚ ନ୍ୟାୟଳୟ ଏକ ସ୍ଥଗିତାଦେଶ ଜାରି କରିଥିଲେ ଏବଂ ୨୦.୭.୨୦୨୨ ରେ, ଉଚ୍ଚ ନ୍ୟାୟଳୟ ମାମଲାର ବିସ୍ତୃତ ଶୁଣାଣି କରିବା ପରେ ପାରା ନମ୍ବର -୬ ରେ ମତ ଦେଇଛନ୍ତି ଯେ ତହସିଲଦାର ହେଉଛନ୍ତି ଓ.ଏମ.ଏମ.ସି.ନିୟମ – 2016 ର ବ୍ୟବସ୍ଥା ଅନୁଯାୟୀ ଲଘୁ ଖଣିଜ ଜାତ ପଦାର୍ଥ ର ନିଲାମ ଓ ବିକ୍ରୟ ପାଇଁ ପ୍ରାଧିକୃତ ଅଧିକାରୀ ଅଟନ୍ତି । ତେଣୁ, ଉପ-ଜ଼ିଲ୍ଲାପାଳ,ଖୋର୍ଦ୍ଧା, ନିଲାମ ବିଜ୍ଞପ୍ତି ଆହ୍ୱାନ କରିବା ନିମନ୍ତେ ପ୍ରାଧିକୃତ ଅଧିକାରୀ ନୁହଁନ୍ତି ଏବଂ ଏହା ତାଙ୍କର କ୍ଷମତା ପରିସରଭୁକ୍ତ ନୁହେଁ । ଆଦେଶର ପାରା 7 ରେ ଉଚ୍ଚ ନ୍ୟାୟଳୟ ମତାମତ ଏବଂ ନିର୍ଦ୍ଦେଶ ଦେଇଛନ୍ତି ଯେ “ଏପରି ସ୍ଥିତିକୁ ଦୃଷ୍ଟିରେ ରଖି, ଉପ-ଜ଼ିଲ୍ଲାପାଳ,ଖୋର୍ଦ୍ଧାଙ୍କ ଦ୍ୱାରା ଅନୁବନ୍ଧ-1 ଅନୁଯାୟୀ 7.7.2018 ରେ ଟେଣ୍ଡର ଆହ୍ବାନ କରାଯାଇଥିବା ବିଜ୍ଞପ୍ତି ଆଇନ ଅନୁଯାୟୀ ସିଦ୍ଧ ନୁହେଁ ତେଣୁ ସେହି ନିଲାମ ବିଜ୍ଞପ୍ତି କୁ ବାତିଲ କରାଯାଉଛି।” ଉପରୋକ୍ତ ରିଟ ପିଟିସନ୍‌ରେ ପର୍ଯ୍ୟବେକ୍ଷଣ ଏବଂ ନିର୍ଦ୍ଦେଶ ପରେ ଏହା ସ୍ପଷ୍ଟ ଯେ ଉଚ୍ଚ ନ୍ୟାୟାଳୟ ୨୦୧୮ ମସିହାର ଡବ୍ଲୁ.ପି(ସି) ନଂ-୧୩୪୨୪ ରେ ୨୦.୭.୨୦୨୨ ତାରିଖର ନିର୍ଦ୍ଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ନିଲାମ ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି ଏବଂ ମନ୍ତବ୍ୟ ଦେଇଛନ୍ତି ଯେ ତହସିଲଦାର ହେଉଛନ୍ତି,ଓ.ଏମ.ଏମ. ସି.ନିୟମ-୨୦୧୬ ର ବ୍ୟବସ୍ଥା ଅନୁଯାୟୀ ପ୍ରାଧିକୃତ ଅଧିକାରୀ l ଉପ-ଜ଼ିଲ୍ଲାପାଳ ଙ୍କ ଦ୍ୱାରା ନିଲାମ ବିଜ୍ଞପ୍ତି ଆହ୍ବାନ ଆଇନତ ଅସିଦ୍ଧ ଅଟେ l କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଯେ ଯେତେବେଳେ ଉଚ୍ଚ ନ୍ୟାୟଳୟ ଙ୍କ ଦ୍ୱାରା ଏକ ସ୍ଥଗିତାଦେଶ ଏବଂ ଚୂଡ଼ାନ୍ତ ନିର୍ଦ୍ଦେଶ ଆସିଥିଲା, ଯେଉଁଥିରେ ୭.୭.୨୦୧୮ ତାରିଖର ବିଜ୍ଞାପନ ନଂ-୭୩୨୯, ରଦ୍ଦ କରାଯାଇଥିଲା, ଯେଉଁଥିରେ ପୁରୀର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଧୀନରେ ଥିବା ଖୋର୍ଦ୍ଧା ଜିଲ୍ଲା ଅଧୀନରେ ୪୪ ଟି କଳା ମୁଗୁନି ପଥର ଖଣି ଅନ୍ତର୍ଭୁକ୍ତ ଥିଲା, ଯାହା ୧୦ ବର୍ଷ ଦୀର୍ଘକାଳୀନ ଲିଜ୍ ପ୍ରଦାନ ପାଇଁ ଉଦିଷ୍ଟ ଥିଲା । ନିଲାମ ବାତିଲ ହେବା ପରେ କୌଣସି ନୂତନ ନିଲାମ ହୋଇନଥିଲା ଯେଉଁଠାରେ ଅଂଶଗ୍ରହଣକାରୀମାନଙ୍କୁ ସର୍ବୋଚ୍ଚ ନିଲାମଦାତା ଭାବରେ ଘୋଷଣା କରାଯାଇଥିଲା, କିନ୍ତୁ କର୍ତ୍ତୃପକ୍ଷ ଏହା କୁ ଅଣଦେଖା କରି ଲିଜ ଚୁକ୍ତି ନାମା ଗୁଡିକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ଅଳ୍ପ କିଛି ଲିଜ୍ ଧାରକ ବ୍ଲାଷ୍ଟିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଉଚ୍ଚ ନ୍ୟାୟଳୟ ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟା କୁ ଆଇନ ଅନୁଯାୟୀ ଅସିଦ୍ଧ ଘୋଷଣା କରିବାସତ୍ତ୍ୱେ, ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ବ୍ଲାଷ୍ଟିଂ ଲାଇସେନ୍ସ ପ୍ରଦାନ ପାଇଁ ଆବେଦନକୁ ଗ୍ରହଣ କରିଛି ଯାହା ବେଆଇନ ଏବଂ ମନମୁଖୀ ଅଟେ l କାରଣ ଉପଜ଼ିଲ୍ଲା ପାଳ ଏବଂ ସର୍ବୋଚ୍ଚ ନିଲାମ ଦାତା ଙ୍କ ଦ୍ୱାରା ସମ୍ପାଦିତ ଲିଜଚୁକ୍ତି ନାମା ପ୍ରାରମ୍ଭରୁ ଅକାମୀ ଅଟେ ଯାହାର କୌଣସି ଆଇନଗତ ପ୍ରଭାବ ନାହିଁ। ତେଣୁ ବ୍ଲାଷ୍ଟିଂ ଲାଇସେନ୍ସ ପ୍ରଦାନ / ଅନୁମୋଦନ ପାଇଁ ଆବେଦନକୁ ଖାରଜ କରିବାକୁ ଆବେଦନକାରୀ ବିକ୍ରମ କେଶରୀ ନାୟକ ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି l ନଚେତ ସେ ବାଧ୍ୟ ହୋଇ ଅଦାଲତ ଅବମାନନା ଅଭିଯୋଗ ରେ ଉଚ୍ଚ ନ୍ୟାୟଳୟ ର ଆଶ୍ରୟ ନେବାକୁ ବାଧ୍ୟ ହେବେବୋଲି ତାଙ୍କ ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି l

You may have missed