November 16, 2024

ବିଜେଡି ସମର୍ଥୀତଙ୍କ ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା 

Share

 

ପଞ୍ଚାୟତ ଉପ-ନିର୍ବାଚନ ନିମନ୍ତେ ଶିହଳା ଗ୍ରାମ ପଞ୍ଚାୟତରେ ପ୍ରଚାର ଜୋର୍ ଦାର୍ ଚାଲିଛି l ଶିହଳା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ସୁନିତା ବେହେରାଙ୍କୁ ସୂର୍ଯ୍ୟ ଚିହ୍ନରେ ଭୋଟ ଭିକ୍ଷା କରି ରାଜନୀତି ମୈଦାନରେ ଏକ ନୂଆ ଚେହେରା ହୋଇଥିବା ହେତୁ ରାଜନୀତି ମହଲରେ ବେଶ ଚର୍ଚ୍ଚାରେ ବିଷୟ ପାଲଟିଛି। ଶିହଳାରେ ମୋଟ ୫୫୯୫ ଭୋଟ ରହିଛି ସେଥିମଧ୍ୟରୁ ମହିଳା ୨୭୩୦ ଭୋଟ ଓ ପୁରୁଷ ୨୭୩୦ ଭୋଟ ରହିଛି । ତେବେ ଭୋଟ ଜାତି ଧର୍ମ ନୂହେଁ, ସମସ୍ତ ବର୍ଗର ଲୋକ ଆମଙ୍କୁ ଭଲ ପାଆନ୍ତି ଏବଂ ବିକାଶ, ମୂଳ ଲକ୍ଷ୍ୟ ରହିଚି ଓ ରହିବ ତେଣୁ ଆମ୍ଭେ ବିଜୟ ଲାଭ କରିବାର ଆଶା ଉଜ୍ଜଳ ରହିଛି ବୋଲି ସୂଚନା ଦେଇଛନ୍ତି । ମୁଁ ସୁନିତା ବେହେରା ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀନୀ ମତେ ଭୋଟ ଦେଲେ ମେ ଅଞ୍ଚଳର ବିକାଶ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ ଡ୍ରେନେଜ୍ ଯାହାକି ଲୋକମାନଙ୍କ ମୌଳିକ ସମସ୍ୟା ନିରାକରଣ ଦିଗରେ ମୁଖ୍ୟ ଫୋକସ୍ ରହିବ l ବାଇକ୍ ଶୋଭାଯାତ୍ରା କରିଥିଲେ। ଏଥିରେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର, ଦିଗପହଣ୍ଡି ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, ଉପସଭାପତି କୈଳାଶ ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟା ମମତା ଦାସ, ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା, ବାଘଲଟି ସରପଞ୍ଚ ପ୍ରତିନିଧି ସୁକାନ୍ତ ସାସମଲ, ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, ମହୁଡା ସରପଞ୍ଚ ସଞ୍ଜୟ କୁମାର ସାହୁ, ଲାଠି ସରପଞ୍ଚ ରାଧାମୋହନ ସେଠୀ, ସମିତି ସଭ୍ୟ ଜଗା ଭୂୟାଁ, ଅନନ୍ତାଇ ସରପଞ୍ଚ ପ୍ରତିନିଧି କାମା ବିଶ୍ୱାଳ, ସମିତି ସଭ୍ୟା ନିରୁପମା ପାତ୍ର, କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ସମିତି ପ୍ରତିନିଧି ମଦନ ନାୟକ, ଯୁବ ସଭାପତି ସଞ୍ଜୟ ସାହୁ, ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ଲାଞ୍ଜିଆ ସରପଞ୍ଚ ଅନୀଲ କୁମାର ଗୌଡ଼, ମସିହାଖାଲି ସରପଞ୍ଚ କାପଲ. ବୁଲୁ, ବାଲିପଡା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠୀ, ବଉଳଝୋଳି ସରପଞ୍ଚ ବିଷୋୟୀ, ଅଙ୍କୁଶପୁର ସରପଞ୍ଚ ମୁରଲୀ ସେଠୀ ସମିତି ପ୍ରତିନିଧି ସୁରେଶ ସେଠୀ, ଡ଼େଙ୍ଗାପଦର ସରପଞ୍ଚ ପ୍ରତିନିଧି ଶଙ୍କର ମହାଙ୍କୁଡ଼, ଶିହଳା ନାୟବ ସରପଞ୍ଚ ବାଳକୃଷ୍ଣ ପାତ୍ର, ଯୁବ ନେତା ଗୌରୀ ପାତ୍ର,

ତରୁଣ କୁମାର ପାତ୍ର, ସୁଶାନ୍ତ ପାତ୍ର, ବୁଲୁ, ଲିଙ୍କୁନ ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ବାଇକ୍ ଶୋଭାଯାତ୍ରା କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ