April 29, 2026

ବୁଗୁଡ଼ା ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ 

IMG-20230428-WA0014
Share

 

ବୁଗୁଡ଼ା : ତା ୨୮/୦୪/୨୩ : ବୁଗୁଡ଼ା ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ ହୋଇ ଯାଇଛି l ସଙ୍ଘ ସଭାପତି ହର ପ୍ରସାଦ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା କୋର୍ଟର ବିଚାରପତି ପ୍ରଣୀତା ନାୟକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭଞ୍ଜନ ମୁନି ଓ ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ଅଧକ୍ଷ ରଜନୀକାନ୍ତ ଦାଶ, ବରିଷ୍ଠ ଓକିଲ ସରୋଜ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଅଦାଲତ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଆଇନଜୀବୀ ଦିବସ ଉପରେ ଆଲୋକପାତ କରିଥିଲେ l ଏ ଅବସରରେ ମଧୁବାବୁଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବା ପାଇଁ ଓକିଲ ସଙ୍ଘ ପକ୍ଷରୁ ଦାବି କରାଯାଇଥିଲା l ସଙ୍ଘ ଉପସଭାପତି ଅନିଲ ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅମର କୁମାର ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ସହସମ୍ପାଦକ ମନୋଜ କୁମାର ପାଣିଗ୍ରାହୀ,କୋଷାଧକ୍ଷ କାହ୍ନୁ ଚରଣ ସାହୁ, କାର୍ଯ୍ୟକାରୀ ସଦସ୍ୟ ସୁଶାନ୍ତ ସେଠୀ , ସରୋଜ କୁମାର ଦାଶ, ପ୍ରକାଶ ଚନ୍ଦ୍ର ଭୂୟାଁଙ୍କ ସମେତ ଓକିଲ ଭକ୍ତରାମ ଦାଶ, ବ୍ରହ୍ମାନନ୍ଦ ରେଡ୍ଡୀ, ଆର୍ତ୍ତତ୍ରାଣ ଖାଡ଼ଙ୍ଗା, କାହ୍ନୁ ବୈକୁଣ୍ଠ ବିହାରୀ,ପ୍ରଭାତ ଜେନା, ବିନୋଦ ଡାକୁଆ,ମାନସ ରଞ୍ଜନ ଦାଶ,ପ୍ରକାଶ ଚନ୍ଦ୍ର ଆରୁଖ,ଆଶିଷ ରାଉତ, ଶ୍ୟାମ ସୁନ୍ଦର ବିଷୋୟୀ, ଦିଲ୍ଲୀପ କୁମାର ନାୟକ, ବିଭୁ ଦତ୍ତ ନାୟକ, ସୁଦର୍ଶନ ପାତ୍ର,ସୁଶାନ୍ତ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ l

You may have missed