March 12, 2026

ଉମରକୋଟ ର ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ବାଇଓ ଡିଗ୍ରେଡବଲ କେରି ବେଗ ପ୍ଲାଣ୍ଟ ଉଦଘାଟିତ………

IMG-20250904-WA0025
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ର ଡଙ୍ଗରିଗୁଡା ଠାରେ ପରିବେଶ ପାଇଁ ଅନୁକୂଳ ବାଇଓ ଡିଗ୍ରେଡବଲ କେରି ବେଗ ଉତ୍ପାଦନ ୟୁନିଟ ଆଜି ଉଧଘ।ଟିତ ହେଇଛି। ଏହି ୟୁନିଟକୁ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହ।ର ଆନୁଷ୍ଠାନିକ ଉଦଘାଟନ କରିଛନ୍ତି। ଏହି ପ୍ଲାଣ୍ଟ ସ୍ଥାପନ ଦ୍ଵାରା କୌଣସି ଧୁଆଁ ବାହାରିବ ନାହି କିମ୍ବା କୌଣସି ଶବ୍ଦ ପ୍ରଦୂଷଣ ସୃଷ୍ଟି କରିବ ନାହି। ଏହି କେରି ବେଗର କଞ୍ଚାମ।ଲ ମକା ଗୁଣ୍ଡରୁ ପ୍ରସ୍ତୁତ ଓ ବର୍ତ୍ତମାନ ଏହା ଗୁଜୁରାଟରୁ ଆମଦାନୀ କରାଯାଉଛି ବୋଲି ଏହାର ମାଲିକ ଋତୁ ମହନ୍ତ ସୂଚନା ପ୍ରଦାନ କରିଛନ୍ତି। ଏହି ପ୍ଲାଣ୍ଟରୁ ପ୍ରସ୍ତୁତ କେରି ବେଗ ଶୁନ ପ୍ରତିଶତ ପ୍ଲାଷ୍ଟିକ ଓ ଏହା ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ। ଏହା ମାଟିରେ ପଡ଼ିଲେ ୨ରୁ ୩ମାସ ମଧ୍ୟରେ ମିଶି ଯାଏ ଓ ଜଳରେ ପଡ଼ିଲେ ସଙ୍ଗେ ସଙ୍ଗେ ମେଲ୍ଟ ହେଇଯାଏ। ଏହି ବେଗକୁ ଗାଈ କିମ୍ବା ଛେଳି ଖାଇଲେ ମଧ୍ୟ ତାଙ୍କ ଶରୀରକୁ କ୍ଷତି କରିବ ନାହି ବୋଲି ରିତୁ ସୂଚନା ପ୍ରଦାନ କରିଛନ୍ତି। ଯଦି ଦୈନିକ ୮ଘଣ୍ଟା ପ୍ଲାଣ୍ଟ ଚାଲେ ପ୍ରତିଦିନ ୨ରୁ ୩କ୍ଵିଣ୍ଟାଲ ଯାଏଁ କେରି ବେଗ ଉତ୍ପାଦନ ହେଇପାରିବ। ବର୍ତ୍ତମାନ ଏହି ପ୍ଲାଣ୍ଟରେ ପାଉଚ୍ଚ ଠାରୁ ଆରମ୍ଭ କରି ୨୫କେଜିଆ ବେଗ ଉତ୍ପାଦନ ହେଉଛି। ଏହି ପ୍ଲାଣ୍ଟ ବର୍ତ୍ତମାନ ୧୨ ଜଣଙ୍କୁ ରୋଜଗାର ଦେବାରେ ସମର୍ଥ ହେଇଛି, ସେଥି ମଧ୍ୟରୁ ୫ଜଣ ମହିଳା,୭ଜଣ ପୁରୁଷ କର୍ମଚାରୀ।

ବର୍ତ୍ତମାନ ଏହାର ବଜାର ଉମରକୋଟ ଅଞ୍ଚଳରେ ଗୁରୁତ୍ବ ଦିଆ ଯାଇଛି ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ପଡୋଶୀ ଛତିଶଗଡ ରାଜ୍ୟ ଉପରେ ଗୁରୁତ୍ବ ଦିଆ ଯିବ ବୋଲି ଏହାର ମାଲିକ କହିଛନ୍ତି।ଏହାର ମ।ଲିକ ରିତୁ ମହ।ନ୍ତ କୃଷି ବିଜ୍ଞାନ ରେ ସ୍ନାତକ ଡିଗ୍ରୀ ହାସଲ କରି ମଧ୍ୟ ଚାକିରି ପଛ ରେ ନ ଗୋଡ଼େଇ ନିଜ ଗଡ଼ ରେ ନିଜେ ସ୍ବାବଲମ୍ବୀ ହେବା ନିଶ୍ଚିତ ଭାବରେ ଏହି ପ୍ରେରଣା ଅନ୍ୟ ବେକାର ଯୁବକ ଯୁବତୀଙ୍କୁ ପ୍ରେରଣା ଜଗେଇବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଜିଲ୍ଲାପାଳ ଉଚ୍ଚ ଶିକ୍ଷିତ। ଝିଅ ଙ୍କ ସାହସିକ ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରିବା ସହ ଜିଲ୍ଳାର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ନିତ୍ୟ ବ୍ୟବହୃତ ହେଇ ପାରିବ ତା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି। ଜିଲ୍ଲାପାଳ ଙ୍କ ସହ ଉମରକୋଟ ତହସିଲଦାର ମେଗବାନ ବାଗ, ପୌର ପରିଷଦର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବାଇଓ ଡିଗ୍ରେଡବଲ

କେରି ବେଗ ଯଦି ସମସ୍ତେ ବ୍ୟବହାର କରନ୍ତି ତେବେ ସହରରେ ପରିବେଶ ନଷ୍ଟ ହେବ ନାହିଁ ବୋଲି କହିବା ଶହ ଏହା ପଶୁ ମାନଂକ ପାଇଁ ମଧ୍ୟ ନିରାପଦ ବୋଲି ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁ ଗୁଳିଆ ଏହି ଅବସରରେ ମତ ବ୍ୟକ୍ତ କରିଥିଲେ।