June 12, 2026

ମା ସାରଳା ଙ୍କ ନିତ୍ୟସେବକ ବାବାଜୀ ରାଉଳ ଓ କଲ୍ୟାଣୀ ଙ୍କ ଶ୍ରାଦ୍ଧୋତ୍ସବରେ ଯୋଗ ଦେଲେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ..

IMG-20250903-WA0022
Share

ତିର୍ତ୍ତୋଲ ତା ୩/୯/୨୦୨୫ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଗ୍ରାମର ସ୍ବର୍ଗତ ବାବାଜୀ ଚରଣ ରାଉଳ ଓ ତାଙ୍କର ଧର୍ମପତ୍ନୀ କଲ୍ୟାଣୀ ଙ୍କର ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଗତ ବୁଧବାର ଦିନ ଅପରାହ୍ନରେ, ଏଠାରେ ପହଞ୍ଚିବା ପରେ ତାଙ୍କୁ ନାମ ସଂକୀର୍ତ୍ତନ ଶୋଭାଯାତ୍ରା ରେ ପାଛୋଟି ନିଆଯାଇଥିଲା। ସ୍ବର୍ଗତ ବାବାଜୀ ଓ କଲ୍ୟାଣୀ ଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ପରେ ସେ କହିଲେ ଯେ , ପିତା ମାତା ହିଁ ଆମ ପାଇଁ ଜୀବନ୍ତ ଦେବତା। ତାଙ୍କର ଆଶୀର୍ବାଦ ଥିଲେ ତାଙ୍କ ସନ୍ତାନ ସନ୍ତତି ମାନଙ୍କ ଭବିଷ୍ୟତ ସୁଖ ଶାନ୍ତି ଓ ଆନନ୍ଦ ରେ ପରିପୂର୍ଣ୍ଣ ହୋଇ ଉଠିବ। ଏହି ଅବସରରେ ସ୍ବର୍ଗତ ବାବାଜୀ ଙ୍କ ପୁତ୍ର ହରେକୃଷ୍ଣ ରାଉଳ ଙ୍କ ସମେତ ପ୍ରଳୟ ରାଉଳ, ସ୍ନେହଲତା ରାଉଳ , ବର୍ଷା ପ୍ରିୟଦର୍ଶିନୀ , ଆଶୁତୋଷ ରାଉଳ, ବନିତା ମଲ୍ଲିଆ , ସସ୍ମିତା ମହାପାତ୍ର , ମମତା ଦାସ , କମଳ ଲୋଚନ ମଲ୍ଲିଆ , ଯାଜ୍ଞସେନୀ ଦାସ, ସନ୍ତୋଷ କୁମାର ମହାନ୍ତି , ଗଙ୍ଗାଧର ପରିଡ଼ା , ଭାଗ୍ୟ ଶ୍ରୀ ରାଉଳ,, ବିଭୂତି ଭୂଷଣ ଦାସ, ଚନ୍ଦନ ସ୍ୱାଇଁ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ବାବାଜୀ ମହାରାଜ ଙ୍କୁ ପୁଷ୍ପ ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ କନକପୁର ଦେଉଳି ଗ୍ରାମର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ। ବାବା ଙ୍କର ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା କୁ ସାର୍ବଜନୀନ ଭାବରେ ଗ୍ରହଣ କରାଯାଇଥିଲା ।ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed