June 12, 2026

ଥମୁନି ଗଜପତି ଜିଲ୍ଲାରେ ଦାଦନଙ୍କ ଦୁର୍ଦଶା….. ତାମିଲନାଡୁରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ 

IMG-20250901-WA0183
Share

 

 

ପାରଳାଖେମୁଣ୍ଡି:୧/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରେ ଥମୁନି ଦାଦନଙ୍କ ଯନ୍ତ୍ରଣା. ପୁଣି ଜଣେ ଗଜପତି ଜିଲ୍ଲାର ଦାଦନଙ୍କ ମୃତ୍ୟୁ ତାମିଲନାଡୁରେ ହୋଇଥିବା ସୂଚନା ମିଳିଛି. ଗତ ଏକ ସପ୍ତାହ ପୂର୍ବରୁ ଜଣେ ନାବାଳକଙ୍କ ମୃତ୍ୟ ଘଟିଥିବା ବେଳେ ପୁନର୍ବାର ଅନ୍ୟ ଜଣେ ଦାଦନ ଶ୍ରମିକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ଦାଦନ ଶ୍ରମିକ ପରିଡ଼ା ଗ୍ରାମ ପଞ୍ଚାୟତ ପରିଡ଼ା ଗ୍ରାମର ବାଳକ୍ରୀଷ୍ଣା ଗାଣ୍ଟା (୩୦) ବୋଲି ଜଣାପଡିଛି। ସେ ତାମିଲନାଡୁ ଠାରେ ଗତ ଶନିବାର ଦିନ ଏକ କୋଠା ନିର୍ମାଣ କାର୍ଯ୍ୟରେ କାର୍ଯ୍ୟରତ ଥିବାବେଳେ କୋଠା ଉପରୁ ଖସି ତଳେ କଚାଡି ହୋଇ ପଡିଥିଲେ. ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା. ବାଲ୍ୟବସ୍ଥାରୁ ସେ ବାପା-ମାଆଙ୍କୁ ହରାଇ ଅନାଥ ହୋଇଥିଲେ। ଅତି କଷ୍ଟରେ ତାଙ୍କ ଜୀବନ କଟିଥିଲା ନିଜର ବୋଲି କେହିନାହାନ୍ତି ଛୋଟ ବେଳୁ ବାପାମାଙ୍କୁ ହରାଇ ବନ୍ଧୁବାନ୍ଧବ ଘରେ ରହି ବଢିଥିଲେ ଓ ବାହାରି ଥିଲେ ଦାଦନ ଖଟିବାକୁ। ସୂଚନା ପ୍ରକାରେ ଗତ ବର୍ଷ ତାମିଲନାଡୁକୁ ଶ୍ରମିକ ଭାବେ ମଜୁରୀ ଖଟିବା ପାଇଁ ଯାଇଥିଲେ. ବାଳକ୍ରୀଷ୍ଣା ତାମିଲନାଡୁ ସ୍ଥିତ ଏକ କୋଠା ଘର ନିର୍ମାଣ କାର୍ଯ୍ୟ କରିବା ସମୟରେ ଛାତରୁ ତଳକୁ ଖସି ପଡ଼ିଥିଲେ ଦୁର୍ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବାଳକୃଷ୍ଣ ପିଲାରୁ ବାପା ଓ ମାଙ୍କୁ ହରାଇଛି. କିନ୍ତୁ ଅନାଥ ହୋଇ ମଧ୍ୟ ଜୀବନରେ ହାର ମାନି ନଥିଲେ। ଦାଦନ ଶ୍ରମିକ ଭାବେ ଖଟି ଦୁଇ ପଇସା ରୋଜଗାର କରି ଘର ସଂସ୍କାର କରିବା ସ୍ବପ୍ନ ଦେଖିଥିଲେ. ହେଲେ ଗତକାଲି ବାଳକୃଷ୍ଣଙ୍କ ସମସ୍ତ ସ୍ବପ୍ନ ଅଧାରେ ରହିଗଲା. ଏନେଇ ମାଲିକ ନିଜସ୍ଵ ଉଦ୍ୟମରେ ବାଳକୃଷ୍ଣଙ୍କ ସମ୍ପର୍କୀୟ ଲୋକଙ୍କୁ ଅବଗତ କରାଇ ଥିଲେ. ବାଳକୃଷ୍ଣଙ୍କ ମୃତ୍ୟୁ ଶରୀର ତାମିଲନାଡୁ ଠାରୁ ଗଜପତି ଜିଲ୍ଲାର ପରିଡ଼ା ଗାଁକୁ ଆଣା ଯାଉଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା ସୁଦ୍ଧା ମୃତଦେହ ଗ୍ରାମରେ ପହଞ୍ଚିବ ବୋଲି ସୂଚନା ମିଳିଛି. ଏପରି ଦୁଖଃତ ଖବର ଜାଣିବା ପରେ ଗ୍ରାମବାସୀଙ୍କ ଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି.

You may have missed