March 12, 2026

କୋଟପାଡ଼ ପାଇଁ ଗୌରବ ଆଣିଲେ ଦୁଇ ଯୁବ ଶିକ୍ଷକ

IMG-20250831-WA0013
Share

 

 

କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକର ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ରତିକାନ୍ତ ମହାନ୍ତି ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ପ୍ରଥମ ଏବଂ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ, କୋଟପାଡ଼ର ବିଜ୍ଞାନ ଶିକ୍ଷକ ଶ୍ରୀ ବ୍ରହ୍ମଦତ୍ତ ମିଶ୍ର ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ସ୍ଥାନ ପାଇ କୋଟପାଡ଼ ମାଟି ସହ କୋରାପୁଟ ଜିଲ୍ଲାର ଜନମାନସରେ ଗର୍ବ ଓ ଗୌରବ ଆଣି ବହୁ ପ୍ରଶଂସାର ପାତ୍ର ହେବାରେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି। ସେହିଭଳି ଭାବରେ ସଂସ୍କୃତ ଭାଷାରେ ମଧ୍ୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଗୁମୁଡାର ସଂସ୍କୃତ ଶିକ୍ଷକ ଶ୍ରୀ ତପନ କୁମାର ପରିଡା ମଧ୍ୟ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। କୋଟପାଡ଼ ମାଟି ଆଜି ଏହିଭଳି ସୁନାମଧନ୍ୟ ଶିକ୍ଷକମାନଙ୍କୁ ପାଇ ଗର୍ବିତ। ଯେଉଁମାନଙ୍କର ଶିକ୍ଷା କ୍ଷେତ୍ରରେ ଅଜସ୍ର ପାରଦର୍ଶିତା ,ଅକ୍ଲାନ୍ତ ପରିଶ୍ରମ , ଅସୀମ ଧୈର୍ଯ୍ୟ ଶକ୍ତି ଓ ଅଭିନବ ସହ ଉଚ୍ଚକୋଟୀର ଶିକ୍ଷାଦାନ ସାଧନ ଫଳରେ ନିରନ୍ତର ଓ ନିରବଚ୍ଛିନ୍ନ ଭାବେ ବିଗତ ଦୁଇ ବର୍ଷ ହେବ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ହେଉଛନ୍ତି। ଶିକ୍ଷା ଓ ଶୈକ୍ଷିକ ଜୀବନକୁ ମୂଳମନ୍ତ୍ରକୁ ଆଧାର କରି କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ଶିକ୍ଷା ହେଉଛି ପେଶା ଆଉ ଶିକ୍ଷାଦାନ ହେଉଛି ନିଶା।ତେଣୁ ଓଡ଼ିଆରେ ଏକ ବାଣୀ ଅଛି ସାଧନାରେ ସିଦ୍ଧି। ଉପଯୁକ୍ତ ସାଧନା ଓ ନିଷ୍ଠା ବଳରେ ସବୁ ସମ୍ଭବ। ଏବେ ବି କୋଟପାଡ଼ ମାଟିରେ ଅନେକ ଯୁବ ଶିକ୍ଷକ ପ୍ରତିଭା ଅଛନ୍ତି ଯେଉଁମାନଙ୍କ ପ୍ରତିଭା ଲୋକଲୋଚନକୁ ଆସି ପାରୁନି।ଯଦିଓ ଯୁବକୃତି ଶିକ୍ଷକମାନଙ୍କ ପାଇଁ ଜିଲ୍ଲା ସହ ରାଜ୍ୟର କୋଣ ଅନୁକୋଣରୁ ଅନେକ ଅନେକ ଶୁଭେଚ୍ଛା ଓ ସମ୍ମାନର ସ୍ରୋତ ଛୁଟୁଛି। କୋଟପାଡର ଆରାଧ୍ୟ ଦେବତା ମାଁ ଶୀତଳା ଠାକୁରାଣୀ ଏବଂ ମା କନକମଣି ମା ମାଉଲିଙ୍କ ସଦାସର୍ବଦା ଆଶୀର୍ବାଦ ଏବଂ ଶିକ୍ଷକ ସମାଜରୁ ସ୍ନେହାଭାବ ଓ ଆନ୍ତରିକ ଭଲ ପାଇବା ରହିଛି। ଆଗାମୀ ଦିନରେ ଏହିଭଳି ଯୁବ ଉଦୀୟମାନ ଶିକ୍ଷକ ତାରକାଙ୍କଠାରୁ ଶୈକ୍ଷିକ ଅଭିବୃଦ୍ଧି ଓ ଶିକ୍ଷାର ମାନ ବୃଦ୍ଧି ହୋଇପାରିବ। ଶିକ୍ଷା କ୍ଷେତ୍ରରେ ଏହି ଶିକ୍ଷକମାନଙ୍କ ଅବଦାନ ସଦାସର୍ବଦା ମାଇଲଖୁଣ୍ଟ ପରି ଅଭୁଲା,ଅଲିଭା , ଅବିସ୍ମରଣୀୟ, ଅତୁଳନୀୟ ଓ ସ୍ଫୁହଣୀୟ । କୋରାପୁଟ ଜିଲ୍ଳା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର