March 10, 2026

ଗଣେଶ ପୂଜାରେ ଚଳଚ଼ଞ୍ଚଳ ନାଲକୋ ନଗର

IMG-20250829-WA0037
Share

 

 

ଅନୁଗୋଳ

 

ରଙ୍ଗିନ ଆଲୋକମାଳାରେ ଝଲସୁଛି ନାଲକୋ ନଗର । ଚଳିତବର୍ଷ ମୋଟ ୨୦ ଟି ମଣ୍ଡପରେ ପୂଜା ପାଉଛନ୍ତି ବାବା ଗଜାନନ । ମଣ୍ଡପ ଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟିଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିବା ସହିତ କିଭଳି ଭଲ ହୋଇ ପାରିବ ସେ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି I ସବୁ ତୋରଣ ଗୁଡ଼ିକ ଆକର୍ଷଣୀୟ ହେବା ସହିତ ସାଜସଜ୍ଜା ଖୁବ୍ ସୁନ୍ଦର୍ କରାଯାଇଛି। ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସବୁଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।ଆସନ୍ତା ୩୦ ତାରିଖ ଶନିବାର ଦିନ ଭସାଣି ହେବାର ସ୍ଥିର ହୋଇଛି । ଭଷାଣୀରେ ୧୨ଟି ପୂଜା କମିଟି ଭାଗ ନେବା ସହ ଏହା କଲୋନୀ ପରିସର ମଧ୍ୟରେ ହେବ ବୋଲି କମିଟି ପକ୍ଷରୁ କହିଛନ୍ତି।

 

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ