ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20250827-WA0049
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଥୁଆମୂଳ ରାମପୁର ପାଞ୍ଚୟତ ଅନ୍ତର୍ଗତ ପିଣ୍ଡାପଦର ଗ୍ରାମରେ ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ବିଷୟରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିକଟସ୍ଥ ମେଳକୁନ୍ଦେଲ, ବଡ଼ବଣ୍ଡେଲ ତଥା ଘୁତିଗୁଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜେ.ଏମ.ଏଫ.ସି ମାଜିଷ୍ଟ୍ରେଟ ଡା. ତାରିଣୀ ପ୍ରସାଦ ସାହୁ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବାବେଳେ, ଥୁ. ରାମପୁର ସରପଞ୍ଚ ଶ୍ରୀ ବିଜୟ ମାଝୀ, ଆବାସ ଯୋଜନାର ସଂଯୋଜକ ଶ୍ରୀ ରାଜେନ୍ଦ୍ରନାରା୍ୟଣ ବାଗ ତଥା ମିଶନ ଶକ୍ତି ତରଫରୁ ବି. ପି.ଏମ ଶ୍ରୀ ପ୍ରତାପ ନାଏକ ପ୍ରମୁଖ ଉପସ୍ଥିତ ଥାଇ ଉପସ୍ଥିତ ଗ୍ରାମବାସୀଙ୍କୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରି ଯୋଜନା ଗୁଡିକ ବିଷୟରେ ସଚେତନ କରିଥିଲେ।

You may have missed