ସିକ୍ୟୁରିଟି ର ଦୁର୍ବ୍ୟବହାର ରେ ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ l
ପ୍ରତିଦିନ ଭଳି ଆଜି ସକାଳୁ ଆମ ଚାନେଲ ପ୍ରତିନିଧି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ବୁଲି ନିୟୁଜ ଅନ୍ୱେଷଣ ରେ ଯାଇଥିବା ବେଳେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ମନଦୁଃଖରେ ଠିଆ ହୋଇଥିବାରୁ ତାଙ୍କୁ ପଚାରି ବୁଝି ଜାଣିବାକୁ ପାଇଥିଲେ ଯେ ବ୍ୟକ୍ତି ଜଣକ ପୁରୀ ଗୁଣ୍ଡିଚା ମନ୍ଦିର ନିକଟର ପ୍ରଫୁଲ ମହାପାତ୍ର l ସକାଳ ୮ଟା ୩୦ ରୁ ମେଲ ମେଡ଼ିସିନ ୱାର୍ଡ ୩୪ ନମ୍ବର ରୁମରେ ଡାକ୍ତରଙ୍କୁ ଦେଖାକରିବାକୁ ଆସି ୧୦ଟା ୪୩ ହେଲାଣି ଡାକ୍ତରଙ୍କର ଦେଖା ନଥିବାବେଳେ ରୋଗୀଙ୍କର ଭିଡ଼ ଜମିବା ସହିତ ଦାୟିତ୍ୱ ରେ ଥିବା ସିକ୍ୟୁରିଟି ର ବ୍ୟବହାର ତାଙ୍କୁ ବ୍ୟଥିତ କରିଥିବାର ଜଣାପଡିଥିଲା l ପ୍ରଫୁଲ୍ଲ ମହାପାତ୍ରଙ୍କ କହିବାନୁସାରେ ଆମେ ସହର ଲୋକ ହୋଇ ଆମେ ଯେତିକି କଲବଲ ହେଉଛୁ ତାଠାରୁ ଅଧିକ କଲବଲ ହେଉଛନ୍ତି ମଫସଲ ରୁ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ l ତେଣୁ CDMO ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ପ୍ରଫୁଲ ମହାପାତ୍ର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
