ନବଗଠିତ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଦସ୍ୟ ମହନ୍ତ ରଘୁବୀର ଦାସ ମହାରାଜ ଙ୍କୁ ସମ୍ବର୍ଦ୍ଧନା ।

IMG-20250827-WA0005
Share

ତିର୍ତ୍ତୋଲ , ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

ବହୁ ପ୍ରତୀକ୍ଷା ର ଅନ୍ତଘଟାଇ ଗତ ମଙ୍ଗଳବାର ସନ୍ଧ୍ୟାରେ, ରାଜ୍ୟ ସରକାରଙ୍କ ଆଇନୀ ବିଭାଗ ତରଫରୁ ପୁରୀ ଶ୍ରୀକ୍ଷେତ୍ର ର ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂତନ ପରିଚାଳନା କମିଟି ଗଠନ କରଯାଇଥିବା ବେଳେ,ଏଥିରେ ପୁରୀ ବଳରାମ କୋର୍ଟ ଓ ଛାଉଣୀ ମଠ ର ମହନ୍ତ ରଘୁବୀର ଦାସ ମହାରାଜ ଙ୍କୁ ନିଯୁକ୍ତି ମିଳିଥିବାରୁ । ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ର ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ, ସମ୍ପାଦକ କ୍ଷୀରୋଦ କୁମାର ରାଉଳ, କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ ଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ନାୟକ , ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା, ତ୍ରିଲୋଚନ ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ, ମାଆଙ୍କ ସମସ୍ତ ସେବାୟତ ଓ ଝଙ୍କଡ଼ ଅଞ୍ଚଳର ଅଧିବାସୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ଭଳି ଜଣେ ନୈଷ୍ଠିକ, ଧର୍ମପରାୟଣ, ସତ୍ୟନିଷ୍ଠ, ପରୋପକାରୀ ଓ ସାଧୁ ସନ୍ଥ ମହାତ୍ମାପ୍ରିୟ ମହାନ ଆଧ୍ୟାତ୍ମିକଗୁରୁ ଭାବରେ ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣା ବେକ୍ଷଣ , ଉନ୍ନତିକରଣ,ଓ ନୀତି କାନ୍ତି ପାଳନ କ୍ଷେତ୍ରରେ ସୁପରିଚାଳନା ଓ ବିଶେଷ କରି ଯାତ୍ରୀ ମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆଦି ବିଷୟରେ ଗଠନମୂଳକ ପ୍ରସ୍ତାବ ପାରିତ କରାଇବେ ବୋଲି, ଶୁଭେଚ୍ଛୁ ମାନେ ଦୃଢ଼ ଆଶା ଓ ଅସ୍ଥା ପୋଷଣ କରିଛନ୍ତି ।