ବୁଗୁଡ଼ା ଶିଶୁ ମନ୍ଦିରରେ ନୂତନ ପ୍ରଧାନାଚାର୍ଯ୍ୟଙ୍କ ଯୋଗଦାନ
ବୁଗୁଡା : ତା ୦୧/୦୭/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନାଚାର୍ଯ୍ଯ ଭାବେ ଚଣ୍ଡୀ ପ୍ରସାଦ ବେହେରା ଯୋଗ ଦେଇଥିବା ଜଣାଯାଇଛି। ସେ ପୂର୍ବରୁ ହିଞ୍ଜିଳିକାଟୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଭାବେ କାର୍ଯ୍ୟରତ ଥିଲେ। ସେ ବୁଗୁଡ଼ା ଶିଶୁ ମନ୍ଦିରରେ ଦାୟିତ୍ବ ଗ୍ରହଣ କରିବା ପରେ ଗୁରୁଜୀ ଓ ଗୁରୁମାଙ୍କ ସମେତ ଅନ୍ୟ ସେବାବ୍ରତୀମାନେ ତାଙ୍କୁ ସ୍ବାଗତ ଶୁଭେଚ୍ଛା ଜ୍ଞାପନ କରିଥିଲେ। ତେବେ ଦାୟିତ୍ବ ଗ୍ରହଣ ପରେ ସେ ପରିବର୍ତ୍ତିତ ପାଠ୍ଯକ୍ରମ ଆଧାରରେ ଶିଶୁ ମନ୍ଦିରର ଶୈକ୍ଷିକ ଅଭିବୃଦ୍ଧି ସାଙ୍ଗକୁ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉଦ୍ଯମ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ।
