April 30, 2026

ଜାଂଗେଡ ଖେଳ ପଡିଆରେ ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ଉଦଯାପିତ

IMG-20250826-WA0014
Share

 

ସୁରେନ୍ଦ୍ର କଠାର.ବରଗଡ

 

ଅତାବିରା ବ୍ଲକ ଅଧିନ ଜାଂଗେଡ ଖେଲ ପଡିଆରେ ଦୁଇ ଦିନ ଧରି ଚାଳିଥିବା ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି | ପ୍ରଥମ ଦିନରେ ପୂର୍ବତନ ଶିକ୍ଷକ ଛାଲୁ ବୁଡେକ୍ ଓ ଡେବ୍ରିଗଡ ରେଞ୍ଜର ରାଜେଶ କୁମାର ମହାକୁଡ଼ ଉଦ୍ଘାଟନ କରିଥିଲେ ଏଥିରେ ୧୬ ଟି ଦଳ ଅଂଶଗ୍ରହଣ କରି ଥିଲେ ଏଥିରେ ଅତାବିରା ଓ ପୁଟପୁଟପାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହୋଇ ଥିଲା ୧:୦ ଗୋଲ ରେ ଅତାବିରା ଦଳ ପୁଟପୁଟପାଲି ଦଳ କୁ ହରାଇ ବିଜୟୀ ହୋଇ ଥିଲେ |ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ଖେଳାଳି ମାନଙ୍କୁ ଉସ୍ବାହିତ କରି ଥିଲେ ସମ୍ମାନିତ ଅତିଥି ଭାବରେ ଡେବ୍ରୀଗଡ ରେଞ୍ଜର ରାଜେଶ କୁମାର ମହାକୁର, ଜଙ୍ଗେଡ ସରପଞ୍ଚ ଭାଗବତିୟା ସିଂ, ଓ ଟାଙ୍ଗରପାଲି ସରପଞ୍ଚ ପ୍ରତିନିଧି ଲଳିତ ପ୍ରଧାନ ଓ ଗ୍ରାମବାସୀ ସଂସାର ପ୍ରଧାନ ଲକ୍ଷପତି ନାଏକ ,ନରେନ୍ଦ୍ର ସାହୁ,ମହାଦେବ ଭୋଇ, ବି ସତବାବୁ , ବିବେକାନନ୍ଦ ମିଶ୍ର ବିଜେତା ,ଉପବିଯାତ ଦଳ ଶ୍ରେଷ୍ଠ ଖେଳାଳି ଭାବରେ ଅତାବିରା ଦଳ ର ଦୟରମ୍ ଓରାମ କୁ ପୁରସ୍କାର ଦେଇ ଥିଲେ। ଏହି ଖେଳ କୁ ପଙ୍କଜ ମିର୍ଦ୍ଧା, ପ୍ରଦୀପ ପ୍ରଧାନ ,ପ୍ରଦୀପ ,ମନୋଜ ଓ ଝୁଁନୁ ପରିଚାଳନା କରିଥିଲେ। ପରିଶେଷରେ ଏଲେଭନ ଷ୍ଟାର ଜଙ୍ଗେଡ଼ ର ପୂର୍ବତନ ଖେଳାଳି ସୁଦାମ ଭୁଏ ସମସ୍ତ ଖେଳାଳି ଓ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ଥିଲେ ଏହି ଟୁର୍ଣ୍ଣାମେଣ୍ଟ କୁ ମୁନା ନାଏକ ,ଗୁଣନିଧି ଭୋଏ ଅରବିନ୍ଦ ଭୋଇ, ଗୋପୀନାଥ ମିର୍ଦ୍ଧା ଓ ସମସ୍ତ ସଦସ୍ୟ ମାନେ ସହଯୋଗ କରି ଥିଲେ