ଗୌତମୀ ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ଗ୍ରାମ ପଞ୍ଚାୟତ ରେ ସୋମବାର ଦିନ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ଅଭିଯୋଗ, ସୁପାରିଶ ଓ ପ୍ରଶ୍ନଗୁଡିକୁ ସିଧାସଳଖ ଶୁଣିବା, ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବା, ସମାଜରେ ହେଉଥିବା ଦୁର୍ନୀତି, ଅନିୟମିତତା ଓ ଅନ୍ୟାୟ ବିରୋଧରେ ଲୋକଙ୍କୁ ସଚେତନତା କରିବା, ଲୋକମାନଙ୍କର ପ୍ରଶାସନରେ ଅଂଶଗ୍ରହଣ କୁ ସୁନିଶ୍ଚିତ କରିବା ଉଦ୍ଧେଶ୍ୟ ରେ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥାଏ । ଉକ୍ତ ଜନ ଶୁଣାଣି ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ବିଡ଼ିଓ ଜିତେନ୍ଦ୍ର ମିଶ୍ର, ସାନଖେମୁଣ୍ଡି ବ୍ଲକ ରେ ପ୍ରଶିକ୍ଷଣ କୁ ଆସିଥିବା ନୂଆଁ ୧୦ ଜଣ ଓଏଏସ ଅଧିକାରୀ, ବ୍ଲକ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ କୁମାର ସ୍ୱାଇଁ, କୃଷି ଅଧିକାରିଣୀ ସୁଶ୍ରୀ ଜପ୍ରଭା ଆଚାରୀ, ସରପଞ୍ଚ ଶ୍ରୀମତୀ ଏମ ଝିଲ୍ଲୀ ରେଡ୍ଡୀ, ସମିତିସଭ୍ୟ ଦନାର୍ଦ୍ଦନ ପଲେଇ, ପ୍ରମୁଖ ସମସ୍ତ ପ୍ରଶାସନ ଅଧିକାରୀ ଯୋଗଦେଇ ଲୋକଙ୍କ ସମସ୍ୟାକୁ ନେଇ ଅନେକ ଅଭିଯୋଗ ପାତ୍ର ପାଇଥିଲେ। ଯଦି ପଞ୍ଚାୟତ ସ୍ତରର ଜନ ଶୁଣାଣି ରେ ଏତିକି ଅଭିଯୋଗ ପତ୍ର ମିଳୁଛି, ତେବେ ବ୍ଲକ ସ୍ତରୀୟ ଜନ ଶୁଣାଣି ରେ କେତେ ଅଭିଯୋଗ ନ ମିଳିବ ତାହା ପ୍ରଶ୍ନ ମୋଟାମୋଟି କହିବାକୁ ଗଲେ ସାନଖେମୁଣ୍ଡି ରେ ଲୋକଙ୍କ ଅନେକ ସମସ୍ୟା ରହିଛି। ଉପଯୁକ୍ତ ହିତାଧିକାରୀ ସରକାରୀ ସାହାଯ୍ୟରୁ ବଞ୍ଚିତ ହେଉଥିବା ବେଳେ ଯେ କୌଣସି ନେତା ବା କୁଜି ନେତା ସରକାରୀ ଅଧିକାରୀ ଙ୍କୁ ଡରାଇ ଧମକାଇ ସରକାରୀ ସହାୟତା କୁ ନିଜ ଲୋକଙ୍କୁ ଦେଉଥିବ ଅଭିଯୋଗ ହେଉଛି। ସବୁ ଜାଣିଶୁଣି ନେତାଙ୍କ ଚାପ ରେ ପ୍ରଶାସନ ଚୁପ। ସେଇଥିପାଇଁ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ରେ ଅନେକ ଅଭିଯୋଗ ମିଳୁଛି। ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମ ରେ ପ୍ରାୟ ୧୨୦ ଟି ଅଭିଯୋଗ ପତ୍ର ମିଳିଥିବା ଦେଖିବାକୁ ମିଳିଛି। ପୂର୍ବରୁ ବ୍ଲକ ରେ ଜିଲ୍ଲାପାଳ, ଓ ଆରକ୍ଷୀ ଅଧକ୍ଷକ ଙ୍କ ନେତୃତ୍ୱ ରେ ଅନେକ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଅଛି, ଅନେକ ଲୋକ ଅନେକ ଅଭିଯୋଗ ପତ୍ର ଦେଇଛନ୍ତି, କିନ୍ତୁ ଫଳ ଶୂନ। ଏବେ ପୁଣି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି, ବ୍ଲକ ମୁଖିଆଙ୍କୁ ଆଶା କରି ଦେଇଛନ୍ତି ଅନେକ ଅଭିଯୋଗ, କିନ୍ତୁ ସେମାନଙ୍କ ଅଭିଯୋଗ ର ସମାଧାନ କେବେ ହେବ ଦେଖିବାକୁ ବାକିରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର
