April 30, 2026

ବେଗୁନିଆ ଧଳାପଥର ଅଂଚଳରୁ ସେକ୍ସ ରାକେଟ ଠାବ ସହିତ ଜଣେ ମହିଳା ଏବଂ ଜଣେ ଗ୍ରାହକ ଗିରଫ। 

IMG-20250826-WA0008
Share

 

 

 

ବେଗୁନିଆ,(ଉପାନ୍ତ ଖବର): ଧଳାପଥର ମିଛପଣ୍ଡା ସାହିରେ ଚାଲିଥିଲା ଏହି ସେକ୍ସ ସେକ୍ସ ରାକେଟକୁ ଗତ ରାତିରେ ପୁରୀ ଜିଲ୍ଲା କୋଣାର୍କ ପୋଲିସ ଏବଂ ଧଳାପଥର ପୋଲିସ ମିଳିତ ସହାୟତାରେ ଧରିଲା ଏହି ରାକେଟ

ଉଭୟଙ୍କୁ ପୋଲିସ ହେପାଜତକୁ ନଇ କୋଣାର୍କ ପୋଲିସ ଅଧିକ ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ କୋଣାର୍କ ଅଂଚଳର ପ୍ରଶାନ୍ତ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଛାଡି କଟକ ଜିଲ୍ଲା ଜଗସିଂହପୁର ଅଂଚଳର ଲଷ୍ମୀପ୍ରିୟା ନାମକ ଜଣେ ମହିଳାଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲାର ଏହି ବେଗୁନିଆ ଧଳାପଥର ମିଛପଣ୍ଡା ସାହିରେ ରହି ଏହି ଘରେ ସେକ୍ସ ରଖକେଟ ଚଳାଉଥିଲା। ଏ ନେଇ ପ୍ରଶାନ୍ତଙ୍କ ସ୍ତ୍ରୀ କୋଣାର୍କ ଥାନାରେ ଅଭିଯୋଗ ପରେ କୋଣାର୍କ ପୋଲିସ ଗତ ରାତିରେ ବେଗୁନିଆ ଧଳପଥର ପୋଲିସ ସହାୟତାରେ ସମସ୍ତଙ୍କୁ ଧରିଛି। ସମସ୍ତଙ୍କୁ କୋଣାର୍କ ପୋଲିସ ନିଜ ହେପାଜତକୁ ନେବା ସହିତ ଅଧିକ ତଦନ୍ତ ଚଳାଇଛି। ଅଟକ ରାଣୀ ମହୁମାଛି ଲଷ୍ମୀପ୍ରିୟା ପୂର୍ବରୁ ଗିରଫ ହୋଇଥିବା ବେଳେ ତା ନାମରେ ଭୁବନେଶ୍ୱର କଟକ, ପୁରୀ ଆଦି ଥାନାରେ ପୂର୍ବରୁ ସେକ୍ସ ରାକେଟ ମାମଲା ରହିଛି. ସେପଟେ ଗତ କିଛିଦିନ ତଳେ ଏହି ଘରୁ କଟକ ଜିଲ୍ଲା ବୈଦେଶ୍ଵର ପୋଲିସ ସେକ୍ସ କାରବାର ଚାଲିଥିବା ବେଳେ ଦୁଇ ଜଣ ମହିଳା ଦୁଇ ଜଣ ପୁରୁଷ ଗ୍ରାହକଙ୍କୁ ଧରିଥିବା ବେଳେ ବେଗୁନିଆ ଧଳାପଥର ଫାଣ୍ଡି ପୋଲିସ ପାଖରେ ସୂଚନା ନ ଥିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅହି ସେକ୍ସ ରାକେଟ କାର୍ଯ୍ୟ ଧଳାପଥର ଗ୍ରାମର ପୂର୍ବତନ ବି ଜେ ଡି ମୁଣ୍ଡିଆଳ ମାନଙ୍କ ଛତ୍ରଛାୟା ତଳେ ରହି ଏହି କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲୁଥିବାର ଜନସାଧାରଣଙ୍କ ଠୁ ପ୍ରକାଶ ପାଇଛି।

 

ରିପୋର୍ଟ-ମାନସ ରଂଜନ କର।