April 27, 2026

ଅତାବିରା ବାଳକ ହାଇସ୍କୁଲ ଖେଳପଡିଆରେ ବ୍ଲକସ୍ତରୀୟ ଭଲିବଲ ଖେଳାଳୀ ଚୟନ କାର୍ଯ୍ୟକ୍ରମ

IMG-20250825-WA0065
Share

 

 

 

ସୁରେନ୍ଦ୍ର କଠାର,ବରଗଡ

 

ଆଜି ସୋମବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବରଗଡ ଜିଲା ଅଧିନ ଅତାବିରା ବାଳକ ହାଇସ୍କୁଲ ଖେଳପଡିଆରେ ବ୍ଲକ ସ୍ତରୀୟ ଭଲିବଲ ଖେଳାଳୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ କାର୍ତ୍ତିକ ବାଗ,ବ୍ଲକ କ୍ରିଡା ସମ୍ପାଦକ ସୁଦିପ୍ତ କୁମାର ସାହୁ, ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ହରପାଲ ଯୋଗଦେଇଥିଲେ |ଅତାବିରା ବ୍ଲକର ୧୭ ବୟସରୁ କମ୍ ବୟସର ଛାତ୍ରମାନେ ଯୋଗ ଦେଇଥିଲେ |ସର୍ବମୋଟ ୧୫ଟି ହାଇସ୍କୁଲର ୬୦ ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ |ସେଥି ମଧ୍ଧରୁ ୧୨ ଜଣ ଛାତ୍ର ଜିଲାସ୍ତରକୁ ମନୋନୀତ ହୋଇଛନ୍ତି |ଆସନ୍ତା ସେପ୍ଟମ୍ବର ୩/୪ ଦିନ ଝାରବନ୍ଦ ବ୍ଲକରେ ହେବାକୁ ଥିବା ଜିଲାସ୍ତରୀୟ ଭଲିବଲ ଟୁଣ୍ଟାମେଣ୍ଟରେ ଉକ୍ତ ୧୨ ଜଣ ଛାତ୍ର ଅତାବିରା ବ୍ଲକ ରୁ ଖେଳିବେ |ଏହି କାର୍ଯ୍ୟକ୍ରମରେ ରମେଶ ସେଟ,ଶୁଭକାନ୍ତ ମେହେର,ଅମୂଲ୍ୟ ସେଠି,ଭୀମସେନ ସାହୁ ,ଅନିତା ଭୁଏ ପ୍ରମୁଖ |