April 29, 2026

ଗଜପତିର ଦୁର୍ଗମ ବନ ପାହାଡ଼ ଘେରା ଅପହଞ୍ଚ ଇଲାକାର ବଣମଲ୍ଲୀ…. ଆଦିବାସୀ ଛାତ୍ରୀ ଦୀପିକା ନିଟ୍ ପାସ୍ କରି ଡାକ୍ତରୀ ଶିକ୍ଷା ଯୋଗ୍ୟତା ହାସଲ କଲେ

IMG-20250825-WA0052
Share

 

ପାରଳାଖେମୁଣ୍ଡି:୨୫/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକର ଅନ୍ତର୍ଗତ ଅତ୍ୟନ୍ତ ଦୁର୍ଗମ ବନ ପାହାଡ଼ ଘେରା ଅପହଞ୍ଚ ଇଲାକା ଗୁଣ୍ଡ୍ରିଗୁଡା ଗ୍ରାମର ଦୀପିକା ମଣ୍ଡଳ ନିକଟରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମ୍. ବି. ବି. ଏସ୍. ପାଇଁ ଯୋଗ୍ୟତା ହାସଲ କଲେ। ଏକ ଦୂର୍ଗମ ଗ୍ରାମ ଗୁଣ୍ଡ୍ରିଗୁଡାରୁ ଏକ ବିରଳ ସଫଳତା ସମଗ୍ର ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ପିତା ଡେନିଏଲ୍ ମଣ୍ଡଳ ମାତା ସୁଶାନ୍ତି ମଣ୍ଡଳୀଂକର ୪ ଝିଅ ଭିତରୁ ଦୀପିକା ତ୍ରୁତୀୟ କନ୍ୟା ଅଟନ୍ତି।ପିତା ଡେନିଏଲ୍ ନୂଆଗଡ଼ ବ୍ଲକର ପି.ଅନ୍ତରଡା ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି।ସେ ପାରଳାଖେମୁଣ୍ଡି ଜବାହର ନବୋଦୟ ବିଦ୍ୟାଳୟରୁ ୨୦୨୨ରେ ଦଶମ ଏବଂ ୨୦୨୪ରେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସଫଳତାର ସହ ଉପରୋକ୍ତ ପରୀକ୍ଷାରେ କୃତିତ୍ୱ ହାସଲ କରିଥିଲେ। ସେ ବ୍ରହ୍ମପୁର ଏମ୍.କେ.ସି.ଜି. ଭେଷକ ମହାବିଦ୍ୟାଳୟରେ ନାମ ଲେଖାଇବେ। ତାଂକର ଦୂର୍ବାର ସଫଳତା ସମଗ୍ର ଆଦିବାସୀ ଯୁବ ପିଢୀଂକୁ ନୂଆ ଦିଗଦର୍ଶନ ଯୋଗାଇଛି। ଦୀପିକାର ଏହି ସଫଳତା ପାଇଁ ଗଜପତି ଜିଲ୍ଲାର କୋଣ ଅନୁକୋଣରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.