March 12, 2026

କୁକୁଡ଼ାଖଣ୍ତି ସାମ୍ବାଦିକ ସଂଘ ତରଫରୁ ବନ୍ଧୁ ମିଳନ 

IMG-20230427-WA0007
Share

 

 

ବହୁ ଦିନର ପ୍ରତୀକ୍ଷା ପରେ କୁକୁଡ଼ାଖଣ୍ଡି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନକୁ ନେଇ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଆଗାମୀଦିନରେ ସାମ୍ବାଦିକ ସୁରକ୍ଷା ଅଧିକାର ସମ୍ବଳିତ ସମସ୍ୟା ସହ କିପରି ସବୁ ସାମ୍ବାଦିକ ଭାଇ ମାନେ ଏକଜୁଟ ହୋଇ ସାଧାରଣ ଲୋକଙ୍କର ସମସ୍ୟା ସମାଧାନ ପାଇଁ ସବୁ ସାମ୍ବାଦିକ ଏକ ହୋଇ ସ୍ଥାନୀୟ ପଞ୍ଚାୟତ ଅଧିନରେ ଥିବା ବାଉଁସିଆପଲ୍ଲୀ ସ୍ଥିତ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ସମସ୍ତେ ଏକଜୁଟ ହୋଇ ଏକ ବୈଠକ ଅନୁଷ୍ଠିତ କରାଗଲା। ଏଥିରେ ସଂଘର ସଭାପତି ପି.କୃଷ୍ଣମୂର୍ତ୍ତିଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପ-ସଭାପତି ହିମାଂଶୁ ପାଢ଼ୀ, ସମ୍ପାଦକ ଅମୀର କୁମାର ଦଳାଇ, ଯୁଗ୍ମ ସମ୍ପାଦକ ଈଶ୍ୱର ସେଠୀ , କୋଷାଧ୍ୟକ୍ଷ ସିଏଚ. ମନୋଜ କୁମାର ପାତ୍ର, ଭଗବାନ ପାତ୍ର, ଉଷାକାନ୍ତ ପାତ୍ର, ପ୍ରତାପ କୁମାର ସାହୁ, ନାଗେଶ ପାତ୍ର , ଇ.ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗଦେଇଥିଲେ। ଏହି ସଂଘରେ ନୂତନ ଭାବେ ଭଗବାନ ପାତ୍ର ଯୋଗଦେଇ ଥିବାରୁ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ