ଆଜିର ଖବର
*ଖବର ଆଜିର*
ତାରିଖ ୨୭/୦୪/୨୦୨୩ ଗୁରୁବାର ।
ବିଜୟ ମାର୍ଗକୁ ଫେରିଲା କୋଲକାତା, ବାଙ୍ଗାଲୋରକୁ ୨୧ ରନରେ ଦେଲା ମାତ୍ ।
ଛତିଶଗଡ଼ ଦାନ୍ତେୱାଡାରେ ଲାଲତାଣ୍ଡବ । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୧୦ଡିଆରଜି ଯବାନ ସହିଦ,ଜଣେ ଡ୍ରାଇଭର ମୃତ ।
ରାହୁଲ ଗାନ୍ଧିଙ୍କ ପରେ ଏବେ ତେଜସ୍ବୀଙ୍କ ପାଳି, ରୁଜୁ ହେଲା ମାନହାନି ମାମଲା ।
ମନକି ବାତ’ର ଫ୍ୟାନ ହେଲେ ଅମୀର ଖାନ, କହିଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି ଲୋକଙ୍କ ଭରସା ।
ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବଙ୍କୁ ଫାଶୀଦଣ୍ଡ, ଡ୍ରଗ୍ସ ତସ୍କରୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ତଙ୍ଗାରାଜୁୁ ସୁପିୟାହା ।
ଅରବିନ୍ଦ କେଜ୍ରିୱାଲଙ୍କ ଘର ଓ ଅଫିସକୁ ନେଇ ନୂଆ ରାଜନୀତି, ବିଜେପି କହିଲା ଜନତାଙ୍କ ଅର୍ଥକୁ ଆତ୍ମସାତ କରିଛନ୍ତି କେଜ୍ରିୱାଲ ।
ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଆବେଦନ ଉପରେ ସରିଲା ପଂଚମ ଦିନର ଶୁଣାଣି, ବୁଧବାର ସୁପ୍ରିମକୋର୍ଟଙ୍କ ନିକଟରେ ଜବାବ ରଖିଲେ କେନ୍ଦ୍ର ସରକାର ।
୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ: ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ।
ଭାରତ ଫେରୁଛନ୍ତି ସୁଦାନରେ ଫଶିଥିବା ଭାରତୀୟ, ୩ଟି ବ୍ୟାଚରେ ସ୍ୱତନ୍ତ୍ର ବିମାନ ଓ ଜାହଜ ଯୋଗେ ସ୍ୱଦେଶ ଫେରିଲେଣି ୫୬୧ ଜଣ ନାଗରିକ।
କୁସ୍ତିଯୋଦ୍ଧା ମାମଲା ଉପରେ ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ ରଖିଲା ଜବାବ । ପୁଲିସ କହିଲା, ଏଫଆଇଆର କରିବା ପୂର୍ବରୁ ପ୍ରାରମ୍ଭିକ ତଦନ୍ତ ଆବଶ୍ୟକ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଗତକାଲି ୨୦୨୩ ଅପ୍ରେଲ ୨୫ ତାରିଖରେ ପରଲୋକ ଗମନ କରିଛନ୍ତି। ଦିବଙ୍ଗତ ନେତାଙ୍କ ପ୍ରତି ସମ୍ମାନ ଜଣାଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସାରା ଭାରତରେ ଅପ୍ରେଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।
ଗ୍ରାମୀଣ ପର୍ଯ୍ୟଟନରେ ଅପାର ସମ୍ଭାବନା: ଜି୨୦ ପ୍ରତିନିଧି ଶୁଣିଲେ ଚିଲିକା କାହାଣୀ।
ମାନହାନି ମାମଲାରେ ରାହୁଲଙ୍କ ଆବେଦନ: ଶୁଣାଣିରୁ ଓହରିଲେ ଗୁଜରାଟ ହାଇକୋର୍ଟ ବିଚାରପତି ।
ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।
ମନୀଷ ସିସୋଦିଆଙ୍କ ପାଇଁ ପୁଣି ବଢ଼ିଲା ଜେଲ୍ ଅବଧି, ଜାମିନ୍ ଉପରେ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ ।
୭୩% ଦର୍ଶକ ଜିଓ ସିନେମାରେ ଦେଖୁଛନ୍ତି ଆଇପିଏଲ୍ : ସ୍କୋର ରିପୋର୍ଟ ।
ସୁପ୍ରଭାତ ,ଶୁଭ ସକାଳ ।