March 12, 2026

ମାଁ ରାମଚଣ୍ଡୀ ପୀଠରେ ଗଠନ ହେଲା ନୂତନ ପୂଜାକମିଟି 

IMG-20250821-WA0111
Share

 

ଛତ୍ରପୁର ତା ୨୦.୦୮.୨୦୨୫ (ଅରୁଣ କୁମାର ପଣ୍ଡା) ସର୍ବପ୍ରଥମେ ମାଁ ରାମଚଣ୍ଡୀ ପୀଠ ରେ ସଂଯୋଜକ କମଳ ଭାଇ ଙ୍କ ନେତୃତ୍ୱ ଓ କରପଡା ପଞ୍ଚାୟତର ସରପଞ୍ଚ ଶ୍ରୀ ଅଜୟ କୁମାର ନାୟକ ଙ୍କ ସଭାପତିତ୍ୱ ୨୦୨୩ ମସିହା ରେ ପଥମ କରି ପୂଜାକମିଟି ଗଠନ କରାଯାଇଥିଲା l ଏହି କମିଟି ରେ ପ୍ରତ୍ୟେକ ବର୍ଷ ମନ୍ଦିର ପ୍ରତିଷ୍ଠା ର ବାର୍ଷିକ ଉତ୍ସବ ଓ ମହୋତ୍ସଵ ପରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇ ଥାଏ l ୨୦୨୪- ୨୦୨୫ ରେ ପ୍ରଥମ କରି କରପଡା ପଞ୍ଚାୟତର ସରପଞ୍ଚ ଶ୍ରୀ ଅଜୟ ନାୟକ ସଭାପତି ଭାବେ ଦାୟିତ୍ୱ ନେଇଥିଲେ ତାହାପରେ ମନ୍ଦିର ଟ୍ରଷ୍ଟ,ପୂଜା କମିଟି ର ସମସ୍ତ ସଦଶ୍ୟ ଓ ଭକ୍ତ ମାନଙ୍କ ସହଯୋଗ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ମାଁ ରାମଚଣ୍ଡୀ ମହୋତ୍ସଵ, ୧୦୮ ଚଣ୍ଡୀପାଠ ଓ ୧୦୮ ସାଧୁ ସମ୍ମେଳନୀ ପରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରି ମାଁ ଙ୍କ ପୀଠ ପାଇଁ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡିଶା ପାଇଁ ଏକ ଇତିହାସ ସୃଷ୍ଟି କରିଥିଲେ l ଚଳିତ ବର୍ଷ ପୁଣୀ ପୂଜା କମିଟିର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତି ରେ ସର୍ବସମ୍ମତି କ୍ରମେ ନୂତନ କମିଟି ଗଠନ କରାଜାଇ କାର୍ଯ୍ୟକର୍ତା ମାନଙ୍କୁ ଦାୟିତ୍ୱ ବଣ୍ଟାଗଲା l ଏଥିରେ ଛତ୍ରପୁର ମା’ ରାମାୟଣା ମାଁ ଙ୍କ ଯାତ୍ରା କମିଟି ସଭାପତି C.H.ଦୟାନନ୍ଦ ରେଡ୍ଡୀ, ମା’ ରାମଚଣ୍ଡୀ ପୂଜା କମିଟି ର ସଭାପତି ଭାବେ ଏବଂ ଛତ୍ରପୁର ଅଞ୍ଚଳ ର ଯୁବ ସମାଜସେବୀ ବିମଳ ପଣ୍ଡା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ୩ଜଣ ଉପ ସଭାପତି ଭାବେ – ରାଜେନ୍ଦ୍ର ପଲେଇ, ଦିବାକର ନାୟକ, ଶିବରାମ ନାୟକ,ସହ ସମ୍ପାଦକ – ଦଣ୍ଡପାଣି ମହାରଣା,କୋଷାଧକ୍ଷ -କୁଞ୍ଜବିହାରୀ ନାୟକ,ଉପଦେଷ୍ଟା ମଣ୍ଡଳୀ- ଦିପ୍ତୀସ ପଟ୍ଟନାୟକ (ସାଂସଦ ପ୍ରତିନିଧି),କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ),କ୍ଷୀରୋଦ ଚନ୍ଦ୍ର ସାହୁ(ସାମ୍ବାଦିକ),ପ୍ରଶାନ୍ତ କୁମାର ପଣ୍ଡା,ତୁଷାରକାନ୍ତ ପାଣ୍ଡୀ (ବାଦଲ),ଆଦିତ୍ୟ ପଟନାୟକ, ବଂଶୀଧର ନାୟକ,ତ୍ରିନାଥ ନାୟକ,ନାରାୟଣ ଚର୍ତ୍ତୀ,ବରିଷ୍ଠ ପରାମର୍ଶଦାତା ଭାବେ –

ପଣ୍ଡିତ ଜଗନ୍ନାଥ ପଣ୍ଡା,ରବୀନ୍ଦ୍ର କୁମାର ପଣ୍ଡା(ସାମ୍ବାଦିକ), ଦୁର୍ଗାମାଧବ ପାଣିଗ୍ରାହୀ (କାବୁ,ସାମ୍ବାଦିକ), କେ.ସାଇ କ୍ରିଷ୍ଣା,ତ୍ରିପତି ବାଲାଜୀ ମିଶ୍ର, ବି. ଶ୍ରୀନିବାସ ରାଓ,ସନ୍ତୋଷ କୁମାର ମିଶ୍ର (ସାମ୍ବାଦିକ),K. ସତ୍ୟନାରାୟଣ ରେଡ୍ଡୀ (ସାମ୍ବାଦିକ)

ରାଜେଶ କୁମାର ମିଶ୍ର(ବରିଷ୍ଠ ସରକାରୀ ଓକିଲ),ଦୀପକ କୁମାର ଦାସ(ଜ୍ୟୋତିଷ)ଭାବେ ମନୋନୀତ ହୋଇଛନ୍ତି l ଏହି କମିଟିର ମୁଖ୍ୟ ଉଦେଶ୍ୟ ହେଲା ସେମାନେ ପୀଠର ନିତିନିୟମ ଓ ପୂଜା ପ୍ରଣାଳୀକୁ ସୁଚାରୁ ରୂପେ ପରିଚାଳନା କରିବା l ଏଥିପାଇଁ ଏହି ବୈଠକ ରେ ବିଭିନ୍ନ ପ୍ରସ୍ତାବ ମଧ୍ୟ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା ଯଥା

ନୂତନ ଶିବ ମନ୍ଦିର ପ୍ରତିଷ୍ଠା, ମନ୍ଦିରରେ ଭକ୍ତ ମାନଙ୍କ ତରଫରୁ ଏକ ଦିବସୀୟ ପୂର୍ଣ୍ଣ ଭୋଗଲାଗି କରିବା ବ୍ୟବସ୍ଥା, ଦୈନିକ ଚଣ୍ଡୀପାଠ ଓ ହବନ ବ୍ୟବସ୍ଥା, ସୋଢାଶ ଦିନାତ୍ମକ ପୂଜା ପାଇଁ ନୂତନ ବ୍ୟବସ୍ଥା, ଚଣ୍ଡୀପାଠ ପାଇଁ ପଣ୍ଡିତ ନିଯୁକ୍ତି, ଦୈନିକ ଭୋଗଲାଗି ପାଇଁ ବ୍ରାହ୍ମଣ ସୁପକାର ଓ ଶିବ ମନ୍ଦିର ପାଇଁ ପୂଜକ ନିଯୁକ୍ତି,ପୂଜା କମିଟି ସଭ୍ୟ ସଂଗ୍ରହ ଏମିତି ଅନେକ ବିଷୟ ପାରିତ କରି ଟ୍ରଷ୍ଟକୁ ସୂଚିତ କରାଗଲା l ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା,ସହ ସଂଯୋଜକ ତୁଷାର ଶତପଥୀ, ଜୀବନ ମହାରଣା, ମନୋଜ ମିଶ୍ର, ଉପସ୍ଥିତ ଥିଲେ l