ଟଙ୍କା ଦିଆନିଆ ଭିଡିଓ ଭାଇରାଲ୍ ଘଟଣା , ବୁଗୁଡା ବନାଞ୍ଚଳ ଅଧିକାରୀ ନିଲମ୍ବିତ 

IMG-20250820-WA0053
Share

 

ବୁଗୁଡା : ତା ୨୦/୦୮/୨୫ : ଗତ ୧୭ ତାରିଖ ଦିନ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଜଣେ ବ୍ଯକ୍ତିଙ୍କଠାରୁ ଟଙ୍କା ଗ୍ରହଣ କରୁଥିବା ଦୃଶ୍ଯ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ଏବଂ ଏନେଇ ବିଭିନ୍ନ ବୈଦ୍ଯୁତିକ ଓ ମୁଦ୍ରିତ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ଘଟଣାକୁ ନେଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଥିଲା। ତେବେ ବିଭାଗୀୟ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବ୍ରହ୍ମପୁରସ୍ଥ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ବନାଥ ନୀଳାନ୍ନଭର ସମ୍ପୃକ୍ତ ବନାଞ୍ଚଳ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ସମ୍ପ୍ରତି ନିଲମ୍ବିତ ବନାଞ୍ଚଳ ଅଧିକାରୀଙ୍କୁ ଭଞ୍ଜନଗର ହେଡ୍ କ୍ବାଟରରେ ଅବସ୍ଥାପିତ କରାଯାଇଥିବା ବେଳେ ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଆଜିଠାରୁ ବୁଗୁଡା ବନାଞ୍ଚଳ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵରେ ରହିଥିବା ଜଣାଯାଇଛି। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ସକ୍ରିୟ କାଠ ମାଫିଆ ଓ ଅସାଧୁ ବନ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ବୁଗୁଡା ବନାଞ୍ଚଳର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ନେଇ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା ବେଳେ ଏବେକାର ଟଙ୍କା ଦିଆନିଆ ଘଟଣାଟିର ପ୍ରଚ୍ଛଦପଟରେ ସ୍ଥାନୀୟ ବନ ବିଭାଗର ଜନୈକ ଅସ୍ଥାୟୀ କର୍ମଚାରୀଙ୍କ ସନ୍ଦିଗ୍ଧ ଭୂମିକା ରହିଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।

You may have missed