April 26, 2026

ଉଦଯାପିତ ହେଲା ଭାରତୀୟ ସହଜ ଯୋଗ କାର୍ଯ୍ୟକ୍ରମ

IMG-20250817-WA0033
Share

ଗତ ଅଗଷ୍ଟ 15ରୁ ଆରମ୍ଭ ହେଇ ଗତ ତିନିଦିନ ଧରି ଚାଲୁଥିବା ସର୍ବ ଭାରତୀୟ ସହଜ ଯୋଗ ଶ୍ରୀକୃଷ୍ଣ ପୂଜା ଓ ସେମିନାର ଆଜି ଅପରାହ୍ନ ରେ ମହାସମାରୋହ ରେ ଉଦଯାପିତ ହେଇ ଯାଇଛି l

ଏହି କାର୍ଯ୍ୟକ୍ରମ ରେ ଦେଶବିଦେଶରୁ ପ୍ରାୟ ପାଞ୍ଚ ହଜାର ସହଜ ଯୋଗୀ ଅଂଶ ଗ୍ରହଣ କରି ସହଜ ଯୋଗ ଧ୍ୟାନ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷ କରି ମାନସିକ ଦୁରାରୋଗ୍ୟ ରୋଗ ର ନିରାକରଣ ଉପରେ ଆଲୋଚନା କରିଥିଲେ l ସହଜ ଯୋଗ ଦ୍ୱାରା ନାନାଦି ସାମାଜିକ ସମସ୍ୟା ର ସମାଧାନ, କୃଷି ଓ ପଶୁପାଳନ ରେ ଏହାର ବିଶେଷ ପ୍ରଭାବ ଆଦି ଆଲୋଚନା ର ମୁଖ୍ୟ ଆକର୍ଷଣ ଥିଲା l ଏହା ବ୍ୟତୀତ ନାରୀ ମାନଙ୍କ ସମସ୍ୟା ଓ ନିରାକରଣ,ଯୁବଗୋଷ୍ଠୀ ଙ୍କୁ ଉତ୍କୃଷ୍ଟ ମାର୍ଗ ଦର୍ଶନ ଓ କୁନି କୁନି ଶିଶୁ ଙ୍କ ପାଇଁ ଏକ ସୁଦୃଢ ମୂଳଦୁଆ ସ୍ଥାପନ ନିମନ୍ତେ ତିନୋଟି ସ୍ୱତନ୍ତ୍ର ବିସ୍ତୃତ ଆଲୋଚନା ହେଇଥିଲା l

ମନୋରଞ୍ଜନ ସହ ଭାରତ ର ଭିନ୍ନ ଭିନ୍ନ ପ୍ରାନ୍ତର ର କଳା ଓ ସଂସ୍କୃତି ର ଝଲକ ମଧ୍ୟ ଦେଖିବାକୁ ମିଳି ଥିଲା l

କିନ୍ତୁ କହିବାକୁ ଗଲେ ଏହି ତିନି ଦିନ ସେମିନାର ର ସବୁଠାରୁ ଅବିଶ୍ୱସନୀୟ ଆକର୍ଷଣ ଥିଲେ ମୁଖ୍ୟ ଅତିଥି ପୁରୀ ଲୋକସଭା ସାଂସଦ, ବିଶିଷ୍ଟ ସମାଜସେବୀ, ଭାରତୀୟ ସଂସ୍କୃତି ଓ ରାଜନୀତି ବିଶାରଦ ଡ଼ଃ ସମ୍ବିତ ପାତ୍ର.ଗତ କାଲି ତାଙ୍କର ମନମୁଗ୍ଧକର ଭଜନ ପରିବେଷଣ ଉପସ୍ଥିତ ଜନତା ଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇ ଥିଲା l ଦେଶ ବିଦେଶ ରୁ ଆସିଥିବା ଅତିଥି ଗଣ ତାଙ୍କର ଏହି ଲୁକ୍କାୟିତ ପ୍ରତିଭା ର ଭୁରି ଭୁରି ପ୍ରଶଂସା କରିଥିଲେ l

ପରିଶେଷରେ ଆୟୋଜକ “ସହଜ ଯୋଗ ଟ୍ରଷ୍ଟ” ପୁରୀ ନଗର ବାସୀ ଙ୍କ ଆଗ୍ରହ ଓ ଅନୁରୋଧ କୁ ରକ୍ଷାକରି ପୁରୀ ସହର ରେ ସହଜ ଯୋଗ କୁ ପ୍ରସାର କରିବା ନିମନ୍ତେ ଏକ ନିର୍ଭର ପ୍ରତିଶୃତି ଦେଇଥିଲେ l ଯେହେତୁ ସହଜ ଯୋଗ ର ପ୍ରଶିକ୍ଷଣ ସର୍ବଦା ମାଗଣା ରେ ଉପଲବ୍ଧ, ଅତି ଶୀଘ୍ର ସମଗ୍ର ପୁରୀ ସହର ଏହାର ଆଦୃତ ହେବାର ଅପାର ସମ୍ଭାବନା ଅଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ